ଶେରଗଡ଼ରେ ଶିକ୍ଷୟତ୍ରୀ ଓ ଦୁଇ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ଗ୍ରାମରେ ମହାତ୍ମା ଗାନ୍ଧି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସାବିତ୍ରୀ ସାହୁ ଓ ତାଙ୍କର ଦୁଇ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଶିକ୍ଷୟତ୍ରୀ ଜଣକ ବାଇପାସ ସ୍ଥିତ ଏକ ଭଡ଼ାଘରେ ରହୁଥିଲେ। ସକାଳୁ ସାବିତ୍ରୀ ଓ ତାଙ୍କର ଦୁଇ ପୁଅଙ୍କୁ ଅଚେତ ଅବସ୍ଥାରେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ତିନିଜଣଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର