ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଦଶରଥପୁର: ଦଶରଥପୁର ବ୍ଲକ୍ ତଥା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଅଚ୍ୟୁତାନନ୍ଦ ଭୂୟାଁଙ୍କ ପୁଅ ଅନିଲ(୩୦)ଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଅନିଲ ଗତକାଲି ଧାନ କିଆରିରେ କାମ କରୁଥିବା ବେଳେ ନିକଟସ୍ଥ ପୋଖରୀକୁ ଧୋଇହେବାକୁ ଯାଇଥିଲା। ହେଲେ ସେ ଗଭୀର ପାଣି ଭିତରେ ବୁଡ଼ି ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ପରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଶବ ପାଣିରୁ ଉଦ୍ଧାର କରାଯିବା ସହିତ ମଙ୍ଗଳପୁର ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର