ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କଟକ: କଟକ ଜିଲ୍ଲା ବାଙ୍କୀରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠରେ ରଜ ମହୋତ୍ସବ ଚାଲିଥିବା ବେଳେ ଆଜି ସକାଳେ ସେଠାରେ ଗଛରେ ଲାଗିଥିବା ରଜ ଦୋଳିରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛ।  ମୃତ ଯୁବକ ହେଲେ ସାହାଡ଼ାପଦା ଗ୍ରାମର ଅନିଲ ବେହେରା ।

ଅନିଲ ଗତକାଲି ରାତିରେ ତାଙ୍କ ସାଙ୍ଗମାନଙ୍କ ସହିତ ରହିଥିଲେ ବୋଲି ପରିବାର ଲୋକେ କହିଥିବା ବେଳେ ଆଜି ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ପରିବାର ଲୋକେ ଅନିଲକୁ କେହି ହତ୍ୟା କରିଥିବା ନେଇ ସନ୍ଦେହ କରିଛନ୍ତି। ଏନେଇ ସେମାନେ ପୁୂଲିସକୁ କହିଛନ୍ତି। ଘଟଣାସ୍ଥଳରେ ବାଙ୍କୀ ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାଯିବ ବୋଲି ବାଙ୍କୀ ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ କହିଛନ୍ତି। ହତ୍ୟା ଅଭିଯୋଗର ବି ତଦନ୍ତ କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର