ଜିଲ୍ଲା ପରିଷଦ ବୈଠକରେ ଲୋକ ପ୍ରତିନିଧିଙ୍କ ଉଦବେଗ୍‌: କଥା ଶୁଣୁନି ସ୍ଥାନୀୟ ପ୍ରଶାସନ, ବିକାଶ ସମ୍ପର୍କରେ ସୂଚନା ଦେଉନି

କୋରାପୁଟ: କୋରାପୁଟ ଜିଲ୍ଲାରେ ବିଡିଓମାନେ ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେଉ ନାହାନ୍ତି। ବ୍ଲକ କାର୍ଯ୍ୟାଳୟକୁ ଗଲେ ବସିବାକୁ ଚେୟାର ଟିକେ ଦେଉ ନାହାନ୍ତି। କୌଣସି କାର୍ଯ୍ୟରେ କେବଳ କଗଜପତ୍ରକୁ ଛାଡିଦେଲେ କୌଣସି କାର୍ଯ୍ୟରେ ଅବଗତ କରୁନାହାନ୍ତି। ବୈଠକ ଶେଷ ହେବା ପରେ ଜିଲ୍ଲାର ୫ରୁ ୬ ଜଣ ବିଡିଓ ସବୁ ସେଇଠି ଭୁଲି ଯାଉଛନ୍ତି ବୋଲି ଉଦବେଗ ପ୍ରକାଶ ପାଇଛି।

ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଆଜି କୋରାପୁଟ ଜିଲ୍ଲା ପରିଷଦର ୫୨ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଥିବାବେଳେ ଜିଲ୍ଲା ପ୍ରଶାସନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଲକ୍ଷ୍ମୀପୁର, ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଲକରୁ ଆସିଥିବା ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ଗଣ। ସେମାନେ ଅଭି‌ଯୋଗ କରିଛନ୍ତି ଯେ କ୍ଷମତାରର ଲୋଭ ବଢି ବଢି ଚାଲିଛି। ଲୋକଙ୍କ ପ୍ରତିନିଧିଙ୍କୁ ଅସମ୍ମାନର ଅର୍ଥ ଗଣତନ୍ତ୍ରକୁ ଅସମ୍ମାନ ବୋଲି କହିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି। ଖାଲି ସେ ନୁହନ୍ତି, ବହୁ ଜିଲ୍ଲାପରିଷଦ ସଦସ୍ୟ ଏବଂ ବ୍ଲକଅଧ୍ୟକ୍ଷଙ୍କୁ ବିଡିଓମାନେ ପଚାରୁ ନାହାନ୍ତି।  ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରିଥିବାବେଳେ ଜିଲ୍ଲାପାଳ ଗତ ବୈଠକରେ ତାଗିଦ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ନେଇ ଅଭିଯୋଗ କରିଛନ୍ତି।

 ଜିଲ୍ଲା ପରିଷଦ ବୈଠକରେ ଲୋକ ପ୍ରତିନିଧି ଓ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ଓ ବିଦ୍ୟୁତ ସରବରାହ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଗୌରବ ଶିବାଜୀ ଇଶାଲୱାରଙ୍କ ସଭାପତିତ୍ବରେ ଆୟୋଜିତ ଏହି ପରିଷଦ ବୈଠକରେ କୋରାପାଡ ବିଧାୟିକା ପଦ୍ମୀନି ଦିଆନ, ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସସ୍ମିତା ମେଲକା, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟାଙ୍ଗୀ ବିଧାୟକ ପିତମ ପାଢୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତିଙ୍କ ସହ ୨୮ଜଣ ଜିଲ୍ଲା ପରିଷଦ ସଦସ୍ୟ, ୧୪ଟି ବ୍ଲକର ଅଧ୍ୟକ୍ଷ, ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ।

ତେବେ କୋରାପୁଟ ଜିଲ୍ଲାରେ ପାନୀୟ ଜଳର ସଂଙ୍କଟ ବର୍ଷାଦିନେ ନ ଥିବାବେଳେ ଖରାଦିନ ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଜଳଯୋଗାଣ, ସ୍ବାସ୍ଥ୍ୟ, ରାସ୍ତାଘାଟ, ବିଦ୍ୟୁତ ସରବରାହକୁ ଗୁରୁତ୍ବ ଦେଇ ଜିଲ୍ଲାପରିଷଦ ବୈଠକ ଆରମ୍ଭ ହୋଇଥିଲା। ହେଲେ ବିଭାଗୀୟ ଅଧିକାରୀମାନେ ଭୁଲ ତଥ୍ୟ ଦେଇଥିବାନେଇ ବିଗିଡିଥିଲେ। ଏହାକୁ ନେଇ ତୀବ୍ର ଅସନ୍ତୋଷ ଝାଡିଥିଲେ ଉପସ୍ଥିତ ଥିବା ଜିଲ୍ଲାପରିଷଦ ସଦସ୍ୟ ଓ କିଛି ବ୍ଲକରୁ ଆସିଥିବା ଅଧ୍ୟକ୍ଷ। ଏହାସହ ବିଧାୟକ ତାରା ପ୍ରସାଦ ବାହିନିପତି ମଧ୍ୟ ତଥ୍ୟକୁ ନେଇ ବିଗିଡିଥିଲେ। ଏହାସହ କୋରାପୁଟ ଜିଲ୍ଲାରେ ଉଭୟ ରାଜ୍ୟ ଓ କ‌େନ୍ଦ୍ର ସରକାରଙ୍କ ଦ୍ବାରା ପ୍ରୟଣନ ହୋଇଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ସତ ହେଲେ ଏହାର ତଦାରଖ ହେଉ ନ ଥିବାରୁ କାର୍ଯ୍ର ନିମ୍ନ ମାନର ବୋଲି ନିର୍ବାଚିତ ପ୍ରତିନିଧି ପ୍ରଶ୍ନ କରିଥିଲେ। ଉପସ୍ଥିତ ଥିବା ନିର୍ବାହୀ ଯନ୍ତ୍ରୀ ଏହା ଉପରେ ଦୃଷ୍ଟି ଦେବେ ବୋଲି କହିଥିଲେ। ଆସନ୍ତା ବୈଠକରେ ଯେପରି ଏହି କାର୍ଯ୍ୟସବୁ ହେବ ସେନେଇ ଉପସ୍ଥିତ ରହିଥିବା ପ୍ରଶାସନିକ ଅଧିକାରୀ ଦୃଢ‌ୋକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର