ରାୟଗଡା: ଦୀର୍ଘ ୧୧ ବର୍ଷର ସଫ୍ଟୱେୟାର ଇଞ୍ଜିନିୟରିଂ ଚାକିରି ଛାଡି ଚାଷ ପ୍ରତି ମନ ବଳାଇଛନ୍ତି ସତ୍ୟ ପ୍ରବିଣ। ନିଜେ ସ୍ୱାବଲମ୍ବି ହେବା ସହ ପ୍ରତ୍ୟେକ ଦିନ ୪୦ ଜଣ ଯୁବକ ଯୁବତୀଙ୍କୁ ଯୋଗାଉଛନ୍ତି ରୋଜଗାର। ଅନ୍ୟ ଅଧିନରେ କାମ କରିବା ବଦଳରେ ନିଜ ଉଦ୍ୟମରେ ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଯୋଗାଇବା ତାଙ୍କର ଲକ୍ଷ୍ୟ ରହିଛି । ୨୨ ଏକର ଜମି ଲିଜ୍ ନେବା ସହ ନୂତନ ଜ୍ଞାନ ପ୍ରଣାଳୀରେ ଚାଷ କରି ବେଶ ଖୁସି ଅଛନ୍ତି ସଫ୍ଟୱେୟାର ଇଞ୍ଜିନିୟର ସତ୍ୟ ପ୍ରବିଣ। କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର। ଏହି କଥାର ଉଦାହରଣ ପାଲଟିଛନ୍ତି ସଫ୍ଟୱେୟାର ଇଞ୍ଜିନିୟର ସତ୍ୟ ପ୍ରବିଣ। ରାୟଗଡା ଜିଲ୍ଲା ଆମଲାଭଟା ଗ୍ରାମର ସତ୍ୟ ପ୍ରବିଣ ପେଷାରେ ସେ ଜଣେ ସଫ୍ଟୱେୟାର ଇଞ୍ଜିନିୟର। ଦୀର୍ଘ ୧୧ ବର୍ଷ ଧରି ମାଲେସିଆର ମାଲାଲାମପୁର ଠାରେ ଏକ ସଫ୍ଟଵେର କମ୍ପାନୀରେ ମାସିକ ଦୁଇ ଲକ୍ଷ ଟଙ୍କା ବେତନରେ କାର୍ଯ୍ୟରତ ଥିଲେ। ତାଙ୍କ ମନରେ ଜାଗ୍ରତ ହୋଇଥିଲା କି ଅନ୍ୟ ଅଧୀନରେ କାମ କରିବା ବଦଳରେ ନିଜ ଅଧୀନରେ ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇଦେବା। ଏଭଳି ଭାବନା ମନରେ ଜାଗ୍ରତ ହେବା ପରେ ସେ ସଫ୍ଟୱେୟାର ଇଞ୍ଜିନିୟର ଚାକିରି ଛାଡି ରାୟଗଡା ସଦର ବ୍ଳକ ଜିଞ୍ଜିଲିବାଡି ଗ୍ରାମ ନିକଟରେ ୨୨ ଏକର ଜମି ଲିଜ୍ ନେଇ ସେଠାରେ ଟମାଟୋ, କୋବି, ତରଭୂଜ, ଲେମନଗ୍ରାସ ଭଳି ବିଭିନ୍ନ ପ୍ରକାର ପନିପରିବା ନୂତନ ଜ୍ଞାନ କୌଶଳରେ ଓ ଜୈବିକ ପଦ୍ଧତିରେ ଚାଷ କରି ବେଶ ଲାଭବାନ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସତ୍ୟ ପ୍ରବିଣଙ୍କ ବାପା ଜଣେ ଭୂମିହୀନ। ଅନ୍ୟ ଲୋକଙ୍କ ଜମି ଲିଜ୍ରେ ନେବା ସହ ଛୋଟମୋଟ ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ବାପା ନୂତନ ପ୍ରଣାଳୀରେ ଚାଷ କରିବା କୌଶଳ ଜାଣିନଥିଲେ। ଦିନକୁ ଦିନ ଚାଷର ପ୍ରଣାଳୀ ଅତ୍ୟାଧୁନିକ ହେବା ସହ ଉନ୍ନତରୁ ଉନ୍ନତମାନରେ ବୃଦ୍ଧି ପାଇବା ସହ ଉପ୍ରାଦନ ମଧ୍ୟ ବୃଦ୍ଧି ପାଉଛି। ବାପାଙ୍କ ପରି ଜଣେ ଚାଷ କରିବା ସହ ନୂତନ ଜ୍ଞାନକୌଶଳ ଓ ଜୈବିକ ପଦ୍ଧତିରେ ଚାଷ କରିବା ସତ୍ୟ ପ୍ରବିଣଙ୍କୁ ଆକୃଷ୍ଟ କରିଥିଲା ୟୁଟ୍ୟୁବ୍ରେ ଚାଷ ପ୍ରଣାଳୀର ନୂତନ ଜ୍ଞାନ କୌଶଳ ଦେଖି ବାହାରୁ ଚାରା ମଗାଇ ୨୨ ଏକର ଚାଷ ଜମିରେ ଚାଷ କରିଥିଲେ।
ଚାଷ ଭଲ ହେବା ସହ ସେ ଦୁଇ ପଇସା ରୋଜଗାର କରି ଲାଭବାନ ହୋଇ ୪୦ ଜଣ ଯୁବକଯୁବତୀଙ୍କୁ ରୋଜଗାରକ୍ଷମ କରିପାରିଥିଲେ। ଯାହାଫଳରେ ନିଜେ ସଫଳ ଚାଷୀ ଭାବେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବି କରିପାରିଥିବାରୁ ସେ ବେଶ ଖୁସି ଅନୁଭବ କରୁଥିବା କହିଥିଲେ।ସତ୍ୟ ପ୍ରବିଣଙ୍କ ଏଭଳି କାମକୁ ନେଇ ନିଜ ପରିବାର ସହିତ ସ୍ଥାନୀୟ ଅଚଂଳବାସୀ ଓ କାମ କରୁଥିବା ଯୁବକ ଯୁବତୀ ବେଶ୍ ଉତ୍ସାହିତ ।ଚାକିରି ସମୟରେ ମାସିକ ୨ ଲକ୍ଷ ଟଙ୍କା ବେତନ ଠାରୁ ସେ ଅଧିକ ରୋଜଗାର ଏହି ଚାଷରୁ ପାଉଛନ୍ତି ଓ ଆଗକୁ ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ସେ ଅନେକ ପ୍ରକାର ଚାଷ କରିବା ସହ ଆହୁରି ଅଧିକ ଯୁବକ ଯୁବତୀମାନଙ୍କୁ ରୋଜଗାରକ୍ଷମ କରିପାରିବେ ବୋଲି କହିଛନ୍ତି ଇଞ୍ଜିନିୟର ଚାଷୀ ସତ୍ୟ ପ୍ରବିଣ ।