କୋରକୋଣ୍ଡା: ମାଲକାନଗିରି ଜିଲ୍ଲା ଗସ୍ତରେ ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର, ଯୁଗ୍ମ ସଚିବ ଆରାଧନା ପଟ୍ଟନାୟକ, କମିସନର କମ୍ ସଚିବ ସାଲିନି ପମଣ୍ଡିତ, ଏମଡି, ଏନଏଚଏମ ଡ.ଡି ବୃନ୍ଦା ଆସି ଜିଲ୍ଲାର କୋରକୋଣ୍ଡା ବ୍ଲକର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ପ୍ରଥମେ କୋରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ରୋଗୀଙ୍କ ଚିକିତ୍ସା ସହ କିପରି ସେବା ଦିଆଯାଉଛି ପଚାରି ବୁଝିଥିଲେ। ଏଥିସହ ରୋଗୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପରେ ସେଠାରୁ ଶିଖପାଲୀ, ଏମଭି-୧୯ ମେଡିକାଲକୁ ମଧ୍ୟ ପରିଦର୍ଶନକୁ ଯାଇଥିଲେ।ସେଠାରେ ରହିଥିବା ସମସ୍ୟାଗୁଡିକ ପଚାରି ବୁଝିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ରୋଗୀଙ୍କ ପ୍ରଦାନ କରାଯାଉଛି କି ନାହିଁ ସେସବୁ ତଦାରଖ କରିଥିଲେ। ପରେ ମାଲକାନଗିରି ମେଡିକାଲ ମଧ୍ୟ ପରିଦର୍ଶନ କରିଥିଲେ।ଶିଖପାଲୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ ଗରିବ ଆଦିବାସୀ ଲୋକେ କିପରି ସେବା ପାଉଛନ୍ତି ତାହାର ତଦନ୍ତ କରିଥିଲେ।ମେଡିକାଲେ କାମ କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କର ସହ ବୈଠକ କରି ଜିଲ୍ଲାରେ କେଉଁ କେଉଁ ସମସ୍ୟା ରହିଛି ତାହାର ସମୀକ୍ଷା କରିଥିଲେ।ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଠିକ ଚାଲିଥିବା ଦେଖି ଖୁସି ଜାହିର କରିଥିବା ଜଣାପଡିଛି। ଏହି ଟିମ ସହ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ.ପ୍ରଫୁଲ ପଣ୍ଡା, ଡ.ଭୈରବ ବିପୁଲ, କେ.ମଣ୍ଟୁ ପ୍ରମୁଖ ସାମିଲ ଥିଲେ।