କଟକ: ଓଆରଏଚ୍ଡିସି ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ହାଇକୋର୍ଟଙ୍କ ଝଟ୍କା। ମହମ୍ମଦ ମୋକିମ୍ଙ୍କ ଆବେଦନକୁ ଖାରଜ କରି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟକୁ କାଏମ୍ ରଖିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଦୁର୍ନୀତି ମାମଲାର ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଶୁଣାଣି କରି ୨୦୨୨ ସେପ୍ଟେମ୍ବର ୨୯ରେ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏସ୍ ବିନୋଦ କୁମାର, ନିଗମର ପୂର୍ବତନ କମ୍ପାନି ସେକ୍ରେଟାରି ସ୍ବସ୍ତିରଂଜନ ମହାପାତ୍ର, ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ, ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଥିଲେ।
ଏହି ରାୟକୁ ଚାଲେଞ୍ଜ କରି ଶ୍ରୀ ମୋକିମ ଦାୟର କରିଥିବା ଆବେଦନକୁ ୨୦୨୨ ଅକ୍ଟୋବର ୧୦ରେ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ନିମ୍ନ ଅଦାଲତଙ୍କ ଜରିମାନା ଦଣ୍ଡାଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହାପରେ ୨୦୨୨ ଅକ୍ଟୋବର ୧୯ରେ ହାଇକୋର୍ଟ ଶ୍ରୀ ମୋକିମଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଉଠାଇବାକୁ ରାଜ୍ୟ ସରକାର ଦାୟର କରିଥିବା ଆବେଦନରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ୨୦୨୩ ସେପ୍ଟେମ୍ବର ୨୨ରେ ମନା କରିଥିଲେ।