ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଥିଲେ ବାବା ରାମଦେବ, ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଥିଲେ ବାବା ରାମଦେବ। ଗ୍ରହଣ କଲେନି ସୁପ୍ରିମକୋର୍ଟ। ଏପ୍ରିଲ ୨ରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାକୁ ନେଇ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ। ଆଜି ଏହି ମାମଲାର ଆଉ ଏକ ଶୁଣାଣି ଥିବା ବେଳେ ସୁପ୍ରିମକୋର୍ଟ ଦୁହିଁଙ୍କ କ୍ଷମାକୁ ଗ୍ରହଣ କରିନଥିବା ଜଣାପଡ଼ିଛି।

ଏହି ମାମଲାର ଶୁଣାଣି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ କରିଥିଲେ। ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, “କ୍ଷମା ପତ୍ର ଆମ ପାଖକୁ ଆସିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହା ପ୍ରଚାର ପାଇଁ ନା ଆମ ପାଇଁ ଦାଖଲ କରାଯାଇଥିଲା?” ଏହା ଶୁଣି ମଣିଷ ଦ୍ବାରା ଭୁଲ ହୁଏ ବୋଲି କହିଥିଲେ ବାବା ରାମଦେବଙ୍କ ଓକିଲ ମୁକୁଲ ରୋହତଗୀ। ଓକିଲଙ୍କଠାରୁ ଏହା ଶୁଣି ଖଣ୍ଠପୀଠ କହିଥିଲେ ଯେ, ଯେଉଁମାନେ ଭୁଲ୍ କରନ୍ତି ସେମାନଙ୍କୁ ଦଣ୍ଡ ମଧ୍ୟ ଭୋଗିବାକୁ ପଡେ। ସେମାନଙ୍କୁ ସେମାନଙ୍କ ଭୁଲର ଦଣ୍ଡ ମିଳିବ। ଆମେ ଏହି ପ୍ରସଙ୍ଗରେ ଏତେ ଉଦାରବାଦୀ ହେବାକୁ ଚାହୁଁନାହୁଁ। ତେଣୁ ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ କ୍ଷମାପତ୍ରକୁ ଆମେ ଖାରଜ କରୁଛୁ।

ସମ୍ବନ୍ଧିତ ଖବର