ଆଜି ବିଶ୍ବ ଐତିହ୍ୟ ଦିବସ: କୀର୍ତ୍ତିରାଜି ପାଇଁ ଏଏସ୍ଆଇର ଏକାଧିକ ଯୋଜନା
ଖଣ୍ଡଗିରି- ଉଦୟଗିରି ଗୁମ୍ପାରେ ଲାଗିବ ଜାଫ୍ରି
ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ରୋଷଘରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସବୁଆଡ଼େ କଳା ଓ ଅଳନ୍ଦୁ ଭର୍ତ୍ତି। ରୋଷଘରର ସମସ୍ତ ନଳା ଜାମ ହୋଇଯାଇଥିବାରୁ ନିଷ୍କାସନ ହୋଇନପାରି ସବୁଆଡ଼େ ନଳାପାଣି ଭାସୁଛି। ଛାତ ଉପରେ ଗଛଲତା ମାଡ଼ିଗଲାଣି। ଏହାର ପରିବେଶ ଅସ୍ବଚ୍ଛ ଓ ଅସ୍ବାସ୍ଥ୍ୟକର। ଏଭଳି ସ୍ଥାନରେ ପ୍ରଭୁଙ୍କ ପାଇଁ ପ୍ରସାଦ ରାନ୍ଧିବା ଆଉ ସମ୍ଭବ ହେବନି। ତେଣୁ ଏହାକୁ ମରାମତି କରିବାକୁ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏସ୍ଆଇ) ଅଣ୍ଟା ଭିଡ଼ିଛି। ରଥଯାତ୍ରାପରେ ଅସ୍ଥାୟୀ ରୋଷଘରକୁ ସ୍ଥାନାନ୍ତରଣ କରି ଏହାର ମରାମତି କରାଯିବ। ମରାମତି ସମୟରେ ଅସ୍ଥାୟୀ ଭାବେ ପୁରୁଣା ରୋଷଘରକୁ ବ୍ୟବହାର କରାଯିବ। ପ୍ରଥମେ ରୋଷଘରକୁ ସଫା କରିବା ସହ ମାଡ଼ି ଯାଇଥିବା ଗଛ ଲତାକୁ କାଟିବା ଏବଂ ତଳେ ନନ୍ପଲିସ୍ ଟାଇଲ୍ ଲଗାଯିବ। ସେହିପରି ରୋଷେଇ ପାଇଁ ବ୍ୟବହାର ହେଉଥିବା କୂଅପାଣିକୁ ସଫାକରି କୂଅ ଉପରେ ଢାଙ୍କୁଣି ତିଆରି କରାଯିବ। ଏଥିରେ ସମସ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ। ଏଥିପାଇଁ ନୃସିଂହ ମନ୍ଦିର ନିକଟରେ ଏକ ଅସ୍ଥାୟୀ ରୋଷଘର ତିଆରି ହୋଇସାରିଛି ବୋଲି ଏଏସ୍ଆଇର ଅଧୀକ୍ଷକ ସୁଶାନ୍ତ କର ସୂଚନା ଦେଇଛନ୍ତି। ଆସନ୍ତା କାଲି ‘ବିଶ୍ବ ଐତିହ୍ୟ ଦିବସ’। ଓଡ଼ିଶାରେ ବହୁ ଗୁରୁତ୍ବପୂର୍ଣ୍ଣ କିର୍ତ୍ତିରାଜି ଏଏସ୍ଆଇ ଅଧିନରେ ରହିଛି ତେଣୁ ଏହାର ରକ୍ଷଣା ବେକ୍ଷଣାକୁ ସୁଦୃଢ଼ କରିବା ପାଇଁ ଏଏସ୍ଆଇ ଚଳିତ ବର୍ଷ ପାଇଁ ବହୁ ଯୋଜନା କରିଛି। ଚଳିତ ବର୍ଷ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ଜଗମୋହନ, ଆଡ଼କାଠ, ଦ୍ବାରବନ୍ଧ ନିକଟ ଏବଂ ମନ୍ଦିର ଦକ୍ଷିଣ ପାର୍ଶ୍ବରେ ପାର୍ଶ୍ବ ଦେବତା ମୂର୍ତ୍ତି ପଥର ଭାଙ୍ଗିଥିବାରୁ ଏହାକୁ ମରାମତି କରାଯିବ। ଯାଞ୍ଚ ସମୟରେ ସାଟେଲାଇଟ୍ ମାଧ୍ୟମରେ ଡିଜିପିଏପ୍ ପ୍ରକ୍ରିୟାରେ ମନ୍ଦିରର ଫଟୋଗ୍ରାମେଟ୍ରିକ୍ (ଡ୍ରୋନ୍) ସର୍ଭେ କରାଯିବା ସହ ଡକୁମେଣ୍ଟେସନ କରାଯିବ। ଏଥିରେ ହାଇ ରିଜୋଲ୍ୟୁସନ୍ର ଲକ୍ଷାଧିକ ଫଟୋ ନିଆଯିବ। ମନ୍ଦିର ଭିତର ପାଖରେ ଥ୍ରିଡି ଲେଜର ସ୍କାନିଂ ହେବ। ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଅନେକ ମନ୍ଦିରରେ ବଜ୍ରପାତ ଭୟ ରହୁଥିବାରୁ, ଏତିହ୍ୟ କୀର୍ତ୍ତିରାଜିକୁ ବଜ୍ରପାତରୁ ରକ୍ଷା ପାଇଁ ମନ୍ଦିରରେ ଆର୍ଥିଙ୍ଗ୍ ବ୍ୟବସ୍ଥା କରାଯିବ। ବଜ୍ରପାତ ଯୋଗୁ ଶ୍ରୀଯମେଶ୍ୱର ମନ୍ଦିରର ଦଧିନଉତିରେ ଥିବା ପଥର ନଷ୍ଟ ହେବା ସହ ପତାକା ପୋଡ଼ି ଯାଇଥିଲା। ଏଥି ସହ ଦଧିନଉତି ତଳେ ଥିବା ୪ଟି ସ୍ଥାନରେ ଅଙ୍ଗ ଶିଖର ଓ ରାହାପାଗ ଭାଙ୍ଗି ତଳେ ପଡ଼ିବା ସହ ବହୁ ସ୍ଥାପତ୍ୟ ମଧ୍ୟ ନଷ୍ଟ ହୋଇଯାଇଥିଲା। ମନ୍ଦିରର ପାର୍ଶ୍ୱ ଗଣେଶଙ୍କ ନିଶା ମନ୍ଦିର ଭୁଶୁଡ଼ି ପଡ଼ିଥିଲା। ସେହିପରି ଶୁକଶାରୀ ମନ୍ଦିରର ବାକିଥିବା ଖନନକାମ ଖୁବ୍ ଶିଘ୍ର ଆରମ୍ଭ ହେବ। ଏହାକୁ ସୁରକ୍ଷା ବାଡ଼ ଦିଆଯାଇ ସାଧାରଣ ଲୋକଙ୍କପାଇଁ ନିଶିଦ୍ଧ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖଣ୍ଡଗିରି- ଉଦୟଗିରି ଗୁମ୍ପାରେ ଲାଗିବ ଜାଫ୍ରି
ସହସ୍ର ବର୍ଷ ପୁରୁଣା କୀର୍ତ୍ତିରାଜିରେ ରହିବା ବେଆଇନ। ତାଜମହଲ ଠାରୁ ଆରମ୍ଭ କରି କୋଣାର୍କ ପର୍ଯ୍ୟନ୍ତ ଦେଶର ଯେ କୌଣସି କେନ୍ଦ୍ରୀୟ ପ୍ରତ୍ନତତ୍ବ ବିଭାଗ ସଂରକ୍ଷିତ କୀର୍ତ୍ତିରାଜିରେ ଲୋକଙ୍କ ରହିବା ନେଇ ଅନୁମତି ନାହିଁ। କୋଣାର୍କରେ ମାଘ ସପ୍ତମୀ କାର୍ଯ୍ୟକ୍ରମ ପୂର୍ବରୁ ପ୍ରତ୍ନତତ୍ବ ବିଭାଗର ଅନୁମତି ଲୋଡ଼ାଯାଏ। ହେଲେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ପାକୁ ମାଘମେଳା ସମେତ ବର୍ଷସାରା ଲୋକେ ଆତଯାତ କରନ୍ତି। ଏବେ ତ କିଛି ଲୋକ ସେଠାରେ ରହିବା ଆରମ୍ଭ କରୁଛନ୍ତି। ଏହା ଐତିହାସିକ କୀର୍ତ୍ତିରାଜିକୁ ଅସୁରକ୍ଷିତ କରୁଛି। ଏ ନେଇ ମୌଖିକ ଭାବରେ ବାରଣ କରାଯାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଗୁମ୍ଫା ମଧ୍ୟରେ ଆସାମାଜିକ ତତ୍ବଙ୍କର ମଧ୍ୟ ପ୍ରାଦୁର୍ଭାବ ବଢ଼ୁଛି। ଏଣୁ ଏସ୍ଆଇ ପକ୍ଷରୁ ଏହାର ସୁରକ୍ଷାପାଇଁ କାଠରେ ତିଆରି ହୋଇଥିବା ଯାଫ୍ରି ଲଗାଇବ, ଯାହା ଜାଲି ଭଳି ହୋଇଥିବାରୁ ପର୍ଯ୍ୟଟକଙ୍କୁ ଗୁମ୍ଫା ଦେଖିବାରେ ଅସୁବିଧା ହେବନାହିଁ। ସେହିପରି ଉଭୟ ଯମଜ ପାହାଡ଼କୁ ଯାଉଥିବା ରାସ୍ତାରେ ପାର୍କିଂଠାରୁ ସୌନ୍ଦର୍ଯ୍ୟକରଣ କରାଯିବ।

ମାଗଣାରେ ବୁଲିବେ ପର୍ଯ୍ୟଟକ
ଆସନ୍ତା କାଲି ବିଶ୍ବ ଐତିହ୍ୟ ଦିବସ ଉପଲକ୍ଷେ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କୁ କୌଣସି ଫି’ ଦେବାକୁ ହେବନି। କୋଣାର୍କ, ଧଉଳି, ଖଣ୍ଡଗିରି- ଉଦୟଗିରି ସମେତ ସମସ୍ତ ଐତିହ୍ୟ ସ୍ଥଳକୁ ପର୍ଯ୍ୟଟକ ମାଗଣାରେ ବୁଲିପାରିବେ।