ରଣବୀରଙ୍କୁ ଫିଲ୍ମ ଦେବା ପାଇଁ ରାଜକୁମାର ହିରାନୀଙ୍କ ମା’ଙ୍କ ଗୋଡ଼ ତଳେ ପଡ଼ି ଯାଇଥିଲେ ଋଷି କପୁର
ମୁମ୍ବାଇ : ସବୁବେଳେ ନିଜର ରୋକ୍ଠୋକ୍ କଥା ପାଇଁ ବେଶ ପରିଚିତ ଋଷି କପୁର । ନିଜ ପାଇଁ ହେଉ ବା ନିଜର ପୁଅ ରଣବୀରଙ୍କୁ ନେଇ ହେଉ ସେ ସବୁ ବେଳେ ନିଜ ମନର କଥା ଖୋଲି କହିବାରେ ବିଶ୍ୱାସ କରନ୍ତି ସେ । ପୂର୍ବରୁ ଅନେକ ଥର ନିଜର ସ୍ପଷ୍ଟ ମତ ପାଇଁ ସେ ଟ୍ରୋଲ ହୋଇ ସାରିଥିବା ବେଳେ ଫିଲ୍ମ ଜଗା ଜାସୁସ୍ ଫ୍ଲପ୍ ହେବା ପାଇଁ ସେ ସିଧାସଳଖ ଭାବେ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଦୋଷ ଦେଇଥିଲେ । ନିଜ ପିତାଙ୍କର ଏଭଳି ବ୍ୟବହାର କେବଳ ରଣବୀରଙ୍କ କ୍ୟାରିୟର ସୁଧାରିବା ପାଇଁ ହୋଇଥାଏ ବୋଲି ରଣବୀର ସ୍ୱୀକାର କରିଛନ୍ତି । ଏହା ସହ ଋଷି କପୁରଙ୍କ ସହ ଜଡ଼ିତ ଏକ ମଜାଦାର କଥା ମଧ୍ୟ ସେ ସମସ୍ତଙ୍କ ସହ ସେୟାର କରିଛନ୍ତି । ଏକ ସାକ୍ଷାତକାରରେ ଋଷି କପୁର କିଭଳି ଭାବରେ ରାଜକୁମାରଙ୍କ ମା’ଙ୍କ ଗୋଡ଼ ତଳେ ପଡ଼ି ଯାଇଥିଲେ ସେ ବିଷୟରେ ଜଣାଇଥିଲେ ରଣବୀର ।
Sambad is now on WhatsApp
Join and get latest news updates delivered to you via WhatsApp
ଫିଲ୍ମ ‘ଲଗେ ରହୋ ମୁନ୍ନା ଭାଇ’ର ରିଲିଜ ସମୟରେ ଋଷି କପୁର ରାଜକୁମାରଙ୍କ ମା’ଙ୍କ ଗୋଡ଼ ଧରି ‘ତୁମ ପୁଅ ଅତି ବୁଦ୍ଧିମାନ ଏବଂ ମୋ ବିଶ୍ୱାସ ସେ ମୋ ପୁଅ ସହ ନିଶ୍ଚୟ କାମ କରିବ’ ବୋଲି କହିଥିଲେ । ଯାହା ଏବେ ସଫଳ ହୋଇଛି ବୋଲି ରଣବୀର କହିଛନ୍ତି । ଫିଲ୍ମ ‘ସଞ୍ଜୁ’ରେ ରଣବୀରଙ୍କୁ ସୁଯୋଗ ମିଳିବା ସହ ଫିଲ୍ମଟି ତାଙ୍କୁ ବଡ଼ ସଫଳତା ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମ ପରେ ବାପାଙ୍କ ଇଚ୍ଛା ପୂରଣ ହୋଇଛି ବୋଲି ରଣବୀର କହିଛନ୍ତି ।