ପୁଲୱାମାଠାରୁ ପାମ୍ପୋର ଭିତରେ ରହିଛି ଆତଙ୍କବାଦୀଙ୍କ ‘ହଟ୍ ବେଡ୍’ ! ସନ୍ଦିଗ୍ଧ କଲ୍ ଡିଟେଲ ଚେକ୍ କରୁଛି ଏନଆଇଏ

ଶ୍ରୀନଗର: ପୁଲୱାମା ଆକ୍ରମଣ ପ୍ରସଙ୍ଗ ଭାରତ ଗ୍ରହଣ କରିଛି କଡା ଆଭିମୁଖ୍ୟ । ଜୋରସୋର ଚାଲିଛି ଯାଞ୍ଚ। ଏନଆଇଏ ଯାଞ୍ଚରୁ ଜଣାପଡ଼ିଛି କି ଜମ୍ମୁ-କଶ୍ମୀରର ଜାତୀୟ ରାଜପଥରେ ୨୦ରୁ ୨୫ କିମି ଭିତରେ ରହିଛି ଆତଙ୍କବାଦର ‘ହଟ୍ ବେଡ୍’ । ଏହି ‘ହଟ୍ ବେଡ୍’ରେ  ଆତଙ୍କବାଦୀମାନେ  ଲୁଚି ରହି ତାଙ୍କ  ଅପରେସନ୍ ଚଳାଇଛନ୍ତି  । ଆତଙ୍କବାଦୀଙ୍କ ଏହି  ‘ହଟ୍ ବେଡ୍’ ଉପରେ ଏବେ ସେନା ଓ ସୁରକ୍ଷା ଏଜେନ୍ସିର ନଜର ପଡ଼ିଛି । ଏଠାରେ ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଲୁଚିଥିବାର ଖର ଆସିଛି । ଆତଙ୍କବାଦୀଙ୍କ ‘ହଟ୍ ବେଡ୍’ ପାମ୍ପୋର ଠାରୁ ପୁଲୱାମା ମଧ୍ୟରେ ରହିଥିବା ଜଣାପଡ଼ିଛି ।

ସୁୁରକ୍ଷାକର୍ମୀମାନେ ପାମ୍ପୋର ଠାରୁ ପୁଲୱାମା ମଧ୍ୟରେ ଥିବା ଗାଁଗୁଡ଼ିକରେ ତଲାସୀ ଅଭିଯାନ ଆରମ୍ଭ ହୋଇଯାଇଛି । ଏନଆଇଏ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ରାଶିଦ୍ ଗାଜି ଓ କାମରାନକୁ ଖୋଜୁଛି  । ସୂଚନା ଅନୁସାରେ ରାଶିଦ ଗାଜି ହିଁ ଆକ୍ରମଣର ମୁଖ୍ୟ ଖଳନାୟକ ଆଦିଲକୁ ବିସ୍ଫୋରକ ଖଞ୍ଜି ବିସ୍ଫୋରଣ କରାଇବାର ପ୍ରଶକ୍ଷଣ ଦେଇଥିଲା । ଆଫଗାନିସ୍ତାନରେ ରାଶିଦ ଗାଜିକୁ ଆଇଇଡ଼ି ଏକ୍ସପର୍ଟ କୁହାଯାଏ । ଗୁଇନ୍ଦା ବିଭାଗ ଅନୁସାରେ ୧୧ ପେବୃୟାରିରେ କଶ୍ମୀରର ରନ୍ତୀପୁରା ଗାଁରେ ସେନା ସହ ରାଶିଦ ଗାଜି ମୁହାଁମୁହିଁ ହୋଇଥଲେ ।ହେଲେ ରାଶିଦ୍ ଗାଜି କୌଣସି ମତେ ସେନା ହାତରୁ ଯାଇଥିଲା । ଘଟଣାରେ ଜଣେ ସ୍ଥାନୀୟ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏନଆଇଏ ପୁଲୱାମାଠାରୁ ପାମ୍ପୋର (୨୦ରୁ ୨୫ କମି)ମଧ୍ୟରେ ଥିବା ମୋବାଇଲ ଟାୱାର ଅଂଚଳରେ କରାଯାଉଥିବା ସନ୍ଦିଗ୍ଧ କଲ୍ ଡିଟେଲ ଚେକ୍ କରୁଛି ।

ସମ୍ବନ୍ଧିତ ଖବର