ଭୁବନେଶ୍ୱର : ବିଷୁବ ବୃତ୍ତ ନିକଟରେ ସୃଷ୍ଟି ହୋଇ ଭାରତ ମହାସାଗର ଓ ବଙ୍ଗୋପସାଗର ଦେଇ ଓଡ଼ିଶା ଆଡକୁ ମୁହାଁଉଥିବା ଅତି ଭୟାନକ ସାମୁଦ୍ରିକ ବାତ୍ୟା ‘ଫୋନି’ ଉପରେ ସାରା ବିଶ୍ୱର ପ୍ରମୁଖ ପାଣିପାଗ ସଂସ୍ଥାମାନେ ନଜର ରଖିଛନ୍ତି । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଉପରେ ଭାରତ ସରକାରଙ୍କ ସମେତ ଓଡ଼ିଶା ଓ ଅନ୍ୟ ରାଜ୍ୟ ସରକାରମାନେ ନିର୍ଭର କରୁଥିବାବେଳେ ଆମେରିକା ନୌସେନା ମଧ୍ୟ ଏହାଉପରେ ତୀକ୍ଷଣ ନଜର ରଖିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଆମେରିକା ନେଭିର ଜଏଣ୍ଟ ଟାଇଫୁନ ଓ୍ଵାର୍ଣ୍ଣିଂ ସେଣ୍ଟରର ରିପୋର୍ଟ ଅନୁସାରେ ଯେଉଁ ପ୍ରଳୟଙ୍କରୀ ଶକ୍ତି ନେଇ ମହାବାତ୍ୟା ଆସୁଛି ତାହା ଓଡ଼ିଶାର ଉପକୂଳକୁ ସଂପୂର୍ଣ୍ଣ ପୋଛିଦେବ । ପ୍ରାୟ ୨୮ ମିଟର ଉଚ୍ଚତାର ଢେଉ ଉଠିବାର ସମ୍ଭାବନା ବ୍ୟକ୍ତି କରିଛି ୟୁଏସ ନେଭି । ଏହା ସହିତ ପବନର ବେଗ ୧୧୫ ନଟ୍ ବା ଘଣ୍ଟାପ୍ରତି ୨୧୨ କିଲୋମିଟରରୁ ଆରମ୍ଭ କରି ୧୪୦ ନଟ ବା ଘଣ୍ଟା ପ୍ରତି ୨୬୦ କିଲୋମିଟର ବେଗରେ ପବନ ବୋହିପାରେ । ଏପରି ହେଲେ ଓଡ଼ିଶାରେ ଏହାର ପ୍ରଭାବ ଅତି ପ୍ରଳୟଙ୍କରୀ ରହିବ । ଉପକୂଳ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ହେବା ଆଶଙ୍କା କରାଯାଉଛି ।