ତଦନ୍ତରେ ଅବହେଳା କରିଥିବା ନେଇ ମହିଳା ଏସ୍‌ଆଇ ନିଲମ୍ବିତ

ଅନୁଗୁଳ: ତଦନ୍ତରେ ଅବହେଳା କରିଥିବା ନେଇ ଅନୁଗୁଳ କୋଲିଆରି ଥାନାର ଜଣେ ମହିଳା ଏସ୍‌ଆଇଙ୍କୁ ସୋମବାର ନିଲମ୍ବିତ କରାଯାଇଛି। ସୁମିତ୍ରା ପାତ୍ର କୋଲିଆରି ଥାନାର ସବଇନ୍ସପେକ୍ଟର ଥିଲେ।

ସୂଚନାଯୋଗ୍ୟ, ଜଣେ ମହିଳା କୋଲିଆରି ଥାନାର ସବଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କ ନିକଟରେ ଯୌତୁକ ନିର୍ଯାତନା ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ତଦନ୍ତ ଦାୟିତ୍ୱ ସୁମିତ୍ରା ପାତ୍ର ନେଇଥିଲେ। ହେଲେ ଅନେକ ଦିନ ବିତି ଯାଇଥିଲେ ବି ମହିଳା ସବଇନ୍ସପେକ୍ଟର ଏହି ଯୌତୁକ ନିର୍ଯାତନା ଘଟଣାର ସଠିକ୍‌ ତଦନ୍ତ ନକରିବା ସହିତ ଅବହେଳା ବି କରିଥିଲେ।

ଏହି ଘଟଣାକୁ ନେଇ ତଦନ୍ତ କରିବାକୁ ପୀଡିତା ବାରମ୍ବାର ସବଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କ ନିକଟରେ ଅନୁରୋଧ କହିଥିଲେ ହେଁ ସେ କୌଣସି ପଦକ୍ଷେପ ନେଇ ନଥିଲେ। ଶେଷରେ ପୀଡିତା ନିରାଶ ହୋଇ କିଛିଦିନ ତଳେ ଆତ୍ମହତ୍ୟା କରି ଦେଇଥିଲେ। ତେଣୁ ଏହି ଘଟଣାର ତଦନ୍ତରେ ଅବହେଳା କରିଥିବା ନେଇ କୋଲିଆରି ଥାନାର ସବଇନ୍ସପେକ୍ଟର ସୁମିତ୍ରା ପାତ୍ରଙ୍କୁ ଆଜି ନିଲମ୍ବିତ କରାଯାଇଥିବା ନେଇ ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର