ମୁମ୍ବାଇ: ଶିଶୁ ଦୁଇ ଜଣଙ୍କର ବୟସ ପ୍ରାୟ ଦେଢ଼ ବର୍ଷରୁ ଊର୍ଧ୍ୱ। ଜନ୍ମର ଏତେ ଦିନ ପରେ ପ୍ରକୃତ ଜୀବନର ଅନୁଭବ ପାଇଛନ୍ତି ଯୋଡ଼ା ଶିଶୁ ଲଭ୍-ପ୍ରିନ୍ସ। ମଙ୍ଗଳବାର ଦିନ ଦୀର୍ଘ ୧୨ ଘଣ୍ଟାର ଅସ୍ତ୍ରୋପଚାର ପରେ ଡାକ୍ତରମାନେ ଲଭ୍ ଓ ପ୍ରିନ୍ସଙ୍କୁ ପୃଥକ କରିବାରେ ସମର୍ଥ ହୋଇଛନ୍ତି। ସେ ଦୁହିଁଙ୍କୁ ମୁମ୍ବାଇର ଓ୍ଵାଡିଆ ହସ୍ପିଟାଲ୍ରେ ଚିକିତ୍ସିତ କରାଯାଉଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଏହି ଯାଆଁଳା ଯୋଡ଼ା ଶିଶୁ ୨୦୧୬ ମସିହା ସେପ୍ଟେମ୍ବର ମାସରେ ଜନ୍ମ ଗ୍ରହଣ କରିଥିଲେ। ସେମାନଙ୍କ ଶରୀର ପେଟ ପାଖରୁ ଯୋଡ଼ି ହୋଇ ରହିଥିଲା। ତେବେ ଲଭ୍ ଏବଂ ପ୍ରିନ୍ସଙ୍କର ଯକ୍ରୁତ, ଅନ୍ତ ଏବଂ ମୁତ୍ରନଳୀ ଲାଗି ରହିଥିଲା। ସେ ଦୁହିଁଙ୍କୁ ଯେତେବେଳେ ବର୍ଷେ ୩ ମାସ ହୋଇଥିଲା ସେମାନଙ୍କ ଭିତରେ ସାମାନ୍ୟ ଜଟିଳତା ଦେଖିବାକୁ ମିଳିଲା। ଫଳରେ ସେ ଦୁହିଁଙ୍କୁ ଶିଶୁ ଆଇସିୟୁରେ ରଖାଯାଇ ସେମାନଙ୍କର ଯତ୍ନ ନିଆଯାଉଥିଲା। କିଛି ଦିନ ପାଇଁ ସେମାନଙ୍କୁ ପରୀକ୍ଷଣରେ ରଖାଯାଇଥିଲା। ସେମାନଙ୍କୁ ଏବେ ସଫଳତାର ସହ ପୃଥକ କରାଯାଇଛି। ଡାକ୍ତର ମତ ଦେଇଛନ୍ତି ଶିଶୁ ଦ୍ୱୟ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅସ୍ତ୍ରୋପଚାର ପରେ ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ କୁତ୍ରିମ ତ୍ୱଚା ଉପଯୋଗ କରାଯାଇଛି।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଏହିପରି ଅନେକ ଯୋଡ଼ାଶରୀର ଶିଶୁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଓଡ଼ିଶାର ଜଗା-ବଳିଆ ଏବଂ ଗଙ୍ଗା-ଯମୁନା ତାହାର ଦୁଇଟି ଜ୍ୱଳନ୍ତ ଉଦାହରଣ। ଜଗା-ବଳିଆଙ୍କୁ ଅସ୍ତ୍ରୋପଚାରର କରାଯାଇ ଅଲଗା କରାଯାଇଥିବା ବେଳେ ଗଙ୍ଗା-ଯମୁନାଙ୍କର ଗୋଟାଏ ହୃତ୍ପିଣ୍ଡ(ହାର୍ଟ) ହୋଇଥିବାରୁ ସେମାନଙ୍କ ଅସ୍ତ୍ରୋପଚାର କରିବା ନେଇ ଡାକ୍ତରମାନେ ଦ୍ୱନ୍ଦ୍ୱରେ ରହିଛନ୍ତି।