ନିର୍ଭୟା ମାମଲା: ଦୋଷୀ ମୁକେଶର ଗୁରୁତର ଅଭିଯୋଗ, ତିହାର ଜେଲ୍ରେ ଯୌନ ଉତ୍ପୀଡ଼ନ କରାଯାଇଛି
କ୍ୟୁରେଟିଭ୍ ପିଟିସନ ଦାଖଲ କଲା ଅକ୍ଷୟ
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶ ସୁପ୍ରିମ୍ କୋର୍ଟରେ ଶୁଣାଣି ବେଳେ ଆଜି ଗୁରୁତର ଅଭିଯୋଗ ଆଣିଛି। ସେ କହିଛି ଯେ ତିହାର ଜେଲ୍ରେ ତା’ ସହିତ ଯୌନ ଉତ୍ପୀଡ଼ନ କରାଯାଇଛି ଏବଂ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସହିତ ବଳପୂର୍ବକ ଯୌନକ୍ରିୟା କରିବା ପାଇଁ ବାଧ୍ୟ କରାଯାଇଛି। ମୁକେଶ ୧ ଫେବ୍ରୁଆରିର ଡେଥ୍ ୱାରେଣ୍ଟ୍କୁ ଟାଳିବା ଏବଂ ରାଷ୍ଟ୍ରପତିଙ୍କ ଦ୍ବାରା କ୍ଷମା ଆବେଦନକୁ ଖାରଜ କରାଯିବା ବିରୋଧରେ ଏବେ ସୁପ୍ରିମ୍ କୋର୍ଟର ଦ୍ବାରସ୍ଥ ହୋଇଛି। ସୁପ୍ରିମ୍ କୋର୍ଟ ଏହି ମାମଲାରେ ଆସନ୍ତାକାଲି ରାୟ ଶୁଣାଇବେ। ଅନ୍ୟପକ୍ଷରେ ଆଜି ନିଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସୁପ୍ରିମ୍ କୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୁକେଶର ଓକିଲ ଅଂଜନା ପ୍ରକାଶ ଆଜି ତାଙ୍କ ଦିଲିଲ୍ରେ କହିଥିଲେ ଯେ ମୁକେଶକୁ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସହିତ ଯୌନ ସଂପର୍କ ପାଇଁ ବାଧ୍ୟ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଦ୍ବାରା କ୍ଷମା ଆବେଦନ ଅଗ୍ରାହ୍ୟ କରାଯାଇଥିବାରୁ ସମ୍ବିଧାନ ଆଧାରରେ ଏହାର ସମୀକ୍ଷା ପାଇଁ ସେ ଦାବି କରିଥିଲେ। ଏହା ସହିତ ମୁକେଶ ପକ୍ଷରୁ ଦଲିଲ ରଖି ସେ କହିଥିଲେ ଯେ ଜେଲ୍ରେ ତା’ର ଭାଇ ରାମ ସିଂହକୁ ହତ୍ୟା କରାଯାଇଛି। ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀମାନେ ଏବେ ନାନା କୂଟକୌଶଳ ଚଳାଇଛନ୍ତି ଏବଂ ଶେଷ ମୁହୂର୍ତ୍ତରେ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ହେଲେ ଫାଶୀ ତାରିଖ ପୁଣି ଟଳିବା ସମ୍ଭାବନା ରହିଛି।