ପଟ୍ଟାଙ୍ଗି: ଆନ୍ଧ୍ରକୁ କଡ଼ା ଜବାବ ଦେବାପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବାକିଥିବା କୋଟିଆର ସମସ୍ତ ଗାଁରେ ଓଡ଼ିଆ ଫଳକ ଲଗାଯାଇଛି। ଫଳକ ଲଗାହେବା ସମୟରେ ଆନ୍ଧ୍ର ପକ୍ଷରୁ କେତେକ ସ୍ଥାନରେ ବିରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ ଶୁଣିନଥିଲା। ଜୋର୍ଜବରଦସ୍ତ ଫଳକ ଲଗାଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ କିଛିଦିନ ହେଲା କୋଟିଆକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗିଆସୁଛି। କେବେ ଆନ୍ଧ୍ର ଅଧିକାରୀଙ୍କୁ ଓଡ଼ିଶାର ଅଧିକାରୀ ଅଟକ ରଖୁଛନ୍ତି ତ ଆଉକେବେ ଓଡ଼ିଶାର ଅଧିକାରୀଙ୍କୁ ଆନ୍ଧ୍ର ଅଧିକାରୀ ଅଟକ ରଖୁଛନ୍ତି। ଗତକାଲି ଗ୍ରାମସଭା କରିବା ପାଇଁ ତଲଗଞ୍ଜେଇପଦର ଗ୍ରାମକୁ ଆସୁଥିବା ବେଳେ ଉପରସେମ୍ବୀ ଗ୍ରାମ ନିକଟରେ ଆନ୍ଧ୍ର ଅଧିକାରୀଙ୍କୁ ଅଟକ ରଖାଯାଇଥିଲା। ଓଡ଼ିଶାର ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ସୀମା ଭିତରକୁ ଛାଡିନଥିଲେ। ଆଜି ଅନ୍ୟ ଏକ ପଦେକ୍ଷପ ସ୍ବରୂପ କୋରାପୁଟ ପ୍ରଶାସନ ପକ୍ଷରୁ ବାକିଥିବା ସମସ୍ତଙ୍କ ଗ୍ରାମରେ ଫଳକ ଲଗାଯାଇଛି। ତେବେ, ନେରେଡ଼ିବାଲସା ଗାଁରେ ଆଜି ଫଳକ ପୋତିବା ସମୟରେ କିଛି ଆନ୍ଧ୍ର ଅଧିକାରୀ ପହଞ୍ଚି ବିରୋଧ କରିଥିଲେ। ତଥାପି ପଟ୍ଟାଙ୍ଗି ବ୍ଲକ୍ ପ୍ରଶାସନ ପକ୍ଷରୁ ଜୋରଜବରଦସ୍ତ ସେଠାରେ ନାମଫଳକ ପୋତିଥିବା ଜଣାପଡ଼ିଛି। ଏଥିସହିତ; ତଳଗଞ୍ଜେଇପଦର, ଡୋଳିଆମ୍ବ ଓ ହରମାଣ୍ଡାଙ୍ଗି ଗ୍ରାମରେ ଫଳକ ପୋତାଯ ପୋତାଯାଇଥିବା ସୂଚନା ମିଳିଛି। ଏହି ସମୟରେ ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ର, କୋଟିଆ ପିଇଓ ନବ ହନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ।