ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ସରି ଯାଇଥିବାବେଳେ ତିନିଦିନ ହେଲା ଭୋଟ ଗଣତି ଆରମ୍ଭ ହୋଇଛି। ସୋମବାର ଥିଲା ଗଣତିର ତୃତୀୟ ଦିନ। ରାତି ୧୧ଟା ୧୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳରୁ ଜଣାପଡିଛି ଯେ, ରାଜ୍ୟରେ ନିର୍ବାଚନ ହୋଇଥିବା ୮୫୧ ଜିଲ୍ଲା ପରିଷଦ ଆସନରୁ ୭୩୭ ଜୋନର ଫଳାଫଳ ଘୋଷିତ ହୋଇଛି। ତୃତୀୟ ଦିନ ୨୩୧ ଜୋନରେ ଗଣତି ହୋଇଥିଲା। ଉପରୋକ୍ତ ସମୟ ସୁଦ୍ଧା୧୧୭ ଜୋନର ଫଳାଫଳ ଘୋଷିତ ହୋଇଛି। ସେଥିରୁ ବିଜେଡି କେବଳ ୧୦୬ଟି ଜୋନ ପାଇଥିବାବେଳେ କଂଗ୍ରେସ ୬ଟି ଓ ବିଜେପି ୫ଟିରେ ବିଜୟୀ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗଣତି ବର୍ତ୍ତମାନ ଚାଲିଥିବାବେଳେ ମୋଟାମୋଟି ଭାବେ ବିଜେଡି ତୃତୀୟ ଦିନ ସୁଦ୍ଧା ୬୫୮ ଜିଲ୍ଲା ପରିଷଦ ଜୋନକୁ ଅକ୍ତିଆର କରିଛି। ବିଜେପି ୩୬ ଜୋନରେ ବିଜୟୀ ହୋଇଛି। କଂଗ୍ରେସ ବି ୩୬ ଜୋନ ଦଖଲ କରିଛି। ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି। ଏଥି ସହିତ ସ୍ବାଧୀନ ପ୍ରାର୍ଥୀ ୩ଟି ଆସନ ପାଇଥିବାବେଳେ ଅନ୍ୟମାନେ ୪ଟି ଆସନ ପାଇଛନ୍ତି। ଗତ ନିର୍ବାଚନରେ ବିଜେପି ଯେତିକି ଆସନ ପାଇଥିଲା ଚଳିତ ନିର୍ବାଚନରେ ବହୁ ଆସନ ହରାଇବାକୁ ପଡିଛି। ତେବେ କାହିଁକି ଏଭଳି ହୋଇଛି ଦଳ ପକ୍ଷରୁ ସମୀକ୍ଷା କରାଯାଉଥିବାବେଳେ କଂଗ୍ରେସରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ରାଜନୈତିକ ମହଲରୁ ଜଣାପଡିଛି।