ଭଦ୍ରକ: ମୃତ ଅଧ୍ୟାପକଙ୍କର ପେନ୍ସନ୍ କରାଇ ଦେବା ପାଇଁ ଜଣେ ସେକ୍ସନ ଅଫିସର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ଉ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁସୁରୀ ନିକଟସ୍ଥ ସାଆଁଳପୁର ଆଇଜିଏମ୍ କଲେଜର ସେକ୍ସନ ଅଫିସର୍ ପ୍ରଭାତ ନାୟକ ନାମକ ଏହି କଲେଜର ଅବସରପ୍ରାପ୍ତ ମୃତ ଅଧ୍ୟାପକ ପ୍ରଫୁଲ୍ଲ ପୃଷ୍ଟିଙ୍କର ପେନସନ ଟଙ୍କା ମଞ୍ଜୁର କରାଇ ଦେବା ପାଇଁ ତାଙ୍କ ପୁଅଙ୍କ ଠାରୁ ଭଦ୍ରକର ଆରଡ଼ି ଛକ ନିକଟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏଠାରେ ପୂର୍ବରୁ ପ୍ରସ୍ତୁତି ଥିବା ଭଦ୍ରକ ଭିଜିଲାନ୍ସ ଟିମ ପ୍ରଭାତଙ୍କୁ ଧରିଥିଲା। ସେଠାରୁ ତାଙ୍କୁ ଗିରଫ କରି ଭଦ୍ରକ ଭିଜିଲାନ୍ସ ଅଫିସକୁ ନେଇ ଅଧିକ ପଚରାଉଚରା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp