ଚଣ୍ଡୀଗଡ: ଯୁଆଡେ ଯାଇ ଲୁଚିଲେ ବି ଆମେ ତତେ ମାରିଦେବୁ। ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ସାମିଲ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସମେତ ଜଣେ ପଞ୍ଜାବୀ କଣ୍ଠଶିଳ୍ପୀଙ୍କୁ ବମ୍ବିହା ଗ୍ୟାଙ୍ଗ ଏଭଳି ଚେତାବନୀ ଦେଇଛି। ଏହି ଚେତାବନୀ ଫେସବୁକ ଜରିଆରେ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଫେସବୁକ୍ ପୋଷ୍ଟରେ ଲେଖାଯାଇଛି ଯେ ଫ୍ରାନ୍ସର ଦେବିନ୍ଦର ବମ୍ବିହା ଗ୍ୟାଙ୍ଗର ପୂର୍ବ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା ଏବଂ ଏହା ହେଉଛି ସେମାନଙ୍କର ନୂଆ ପେଜ୍। ନୂଆ ପେଜରେ କରାଯାଇଥିବା ପୋଷ୍ଟ ଜରିଆରେ ଚେତାବନୀ ଦିଆଯାଇଛି ଯେ, “ତୁମେ ଯେଉଁଠାକୁ ଯିବାକୁ ଚାହୁଁଛ ଯାଅ। ଆମେ ତୁମମାନଙ୍କୁ କାବୁ କରିବୁ। ଏହି କାମ ପାଇଁ ସମୟ ଲାଗିପାରେ, କିନ୍ତୁ ଆମେ ତୁମମାନଙ୍କୁ ନିଶ୍ଚିତ ମାରିବୁ।”
ପଞ୍ଜାବୀରେ ଲେଖାଯାଇଥିବା ଏହି ପୋଷ୍ଟରେ କୁହାଯାଇଛି, “ୱାହେଗୁରୁ ଜି କା ଖାଲସା ୱାହେଗୁରୁ ଜି କି ଫତେହ ସମସ୍ତ ଶେର ଭାଇମାନଙ୍କୁ। କୌଣସି କାରଣରୁ ଦେବିନ୍ଦର ବମ୍ବିହା ଫ୍ରାନ୍ସର ଆଇଡି ବନ୍ଦ ହୋଇଯାଇଛି। ତେଣୁ ନକଲି ଆଇଡିରୁ ସତର୍କ ରୁହନ୍ତୁ। ଆମେ ସିଦ୍ଧୁ ମୁସେୱାଲାଙ୍କ ପିତା କରିଥିବା ଦାବିକୁ ସମର୍ଥନ କରୁଛୁ। ଗୋଲ୍ଡି ବ୍ରାର ଏବଂ ଲରେନ୍ସ ଡ୍ରଗ୍ସ ପାଇଁ ଟଙ୍କା ନେଇ ସିଦ୍ଧୁଙ୍କୁ ହତ୍ୟା କରିଥିଲେ। ଏଭଳି କରି ଦୁହେଁ ବଡ଼ ପାପ କରିଛନ୍ତ, ଯେଉଁଥିପାଇଁ ମୃତ୍ୟୁ ପରେ ମଧ୍ୟ ସେମାନଙ୍କୁ କ୍ଷମା କରାଯିବ ନାହିଁ। ”
ଉଲ୍ଲେଖଯୋଗ୍ୟ, ସିଦ୍ଧୁ ମୁସେୱାଲାଙ୍କୁ ମେସ’ ୨୯ରେ ପଞ୍ଜାବର ମାନସା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ମୁସୱାଲାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣଙ୍କୁ ଗିରଫ କରାଯାଇଛି, ଦୁଇଜଣ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ବେଳେ ଜଣେ ଏପର୍ଯ୍ୟନ୍ତ ଫେରାର ଅଛି।