ନୂଆଦିଲ୍ଲୀ: ବଲିଉଡର ମହାନ କଳାକାର ମିଥୁନ ଚକ୍ରବର୍ତ୍ତୀ ରିୟଲିଟି ସୋ’ ସାରେଗାମାପା ଲିଟିଲ ଚ୍ୟାମ୍ପରେ ପ୍ରତିଯୋଗୀଙ୍କୁ ଖୁବ ଉତ୍ସାହିତ କରିଛନ୍ତି। ସୋ’ରେ ଏମିତି ସମୟ ବି ଆସିଥିଲା ଯେଉଁଥିରେ ମିଥୁନଙ୍କୁ ଭାବୁକ ହୋଇଥିବାର ଦେଖିବାକୁ ମିଳିଥିଲା। ମିଥୁନ ଏହି ସୋ’ ଜରିଆରେ ନିଜର ସଂଘର୍ଷମୟ ଜୀବନ ବିଷୟର କହି କାନ୍ଦି ପକାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମିଥୁନ କହିଛନ୍ତି, ‘ମୋର ଚର୍ମର ରଙ୍ଗ ପାଇଁ ମୋତେ ଅନେକ କଥା ଶୁଣିବାକୁ ହୋଇଥିଲା। ଏମିତି କି ମୋତେ ଏଥିପାଇଁ ବର୍ଷବର୍ଷ ଧରି ଅପମାନ ବି କରାଯାଇଛି। ଏହି କାରଣରୁ ମୁଁ ବହୁତ କାନ୍ଦିଛି ବହୁତ କଷ୍ଟ ପାଇଛି। ମୁଁ ଚାହେଁ କି ଜୀବନରେ ଯେଉଁ ପରିସ୍ଥିତି ଦେଇ ମୁଁ ଗତି କରିଛି, ଆଉ ସେମିତି କେହି ଗତି ନକରୁ। ପ୍ରତ୍ୟେକ ଲୋକ ସଂଘର୍ଷ କରିଥାଆନ୍ତି। ଅନେକ ସମୟରେ ଖାଇବାକୁ ମିଳି ନଥାଏ। ଭୋକ ଲାଗୁଥିବାରୁ ନିଦ ବି ହେଉ ନଥାଏ। ଅନେକ ଦିନ ଫୁଟପାଥରେ ବି ଶୋଇଛି।
ଏହି କାରଣରୁ ମୁଁ ଚାହେଁ ନାହିଁ କି ମୋର ଏଭଳି ଜୀବନକୁ ନେଇ ବାୟୋପିକ ପ୍ରସ୍ତୁତ କରାଯାଉ। ମୁଁ ଚାହେଁ ନାହିଁ କି ମୁଁ ଯେମିତି କଷ୍ଟ କରିଛି ସେମିତି କିଏ କରୁ। ମୋର ଜୀବନ କାହାଣୀ କାହାକୁ ଅନୁପ୍ରାଣିତ କରିବ ନାହିଁ। ବରଂ ମୋର କାହାଣୀ ଲୋକଙ୍କୁ ସେମାନଙ୍କ ସ୍ବପ୍ନ ପୂରା କରିବାରେ ବାଧା ସୃଷ୍ଟି କରିବ। ତେଣୁ ମୁଁ ଚାହେଁ ନାହିଁ ଏମିତି ହେଉ। ନିଜକୁ ପ୍ରମାଣିତ କରିବାକୁ ସିନେମା ଦୁନିଆରେ ଅନେକ ଲଢ଼େଇ ଲଢ଼ିଛି।’
ସେଟରେ ମିଥୁନଙ୍କ ଏଭଳି ସଂଘର୍ଷ ଭରା କାହାଣୀ ଶୁଣି ମଞ୍ଚରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା।