କମି ଚାଲିଛି ଗୌତମ ଅଦାନିଙ୍କ ସଂପତ୍ତି, ବିଶ୍ବର ପ୍ରଥମ ୨୦ ଧନୀ ତାଲିକାରୁ ବାଦ ପଡ଼ିଲେ

ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ଗୌତମ ଅଦାନି ବିଶ୍ବର ପ୍ରଥମ ୨୦ ଧନୀ ତାଲିକାରୁ ବାହାରି .ଯାଇଛନ୍ତି । ଫୋର୍ବସ ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ବର ରିଅଲ ଟାଇମ ଧନୀ ତାଲିକାରେ ସେ ୨୨ତମ ସ୍ଥାନକୁ ଖସିଆସିଛନ୍ତି । ଚୀନର ଶିଳ୍ପପତି ତଥା ଟେନସେଣ୍ଟର ମୁଖ୍ୟ ମା ହୁଆଟେଙ୍ଗ୍ ଗୌତମ ଅଦାନୀଙ୍କୁ ହଟାଇ ୨୦ତମ ସ୍ଥାନ ଅଧିକାର କରିଛନ୍ତି ।

ଗତ କିଛି ଦିନ ହେଲା ଅଦାନି ଗ୍ରୁପର ସେୟାର ମୂଲ୍ୟରେ ହ୍ରାସ ଯୋଗୁଁ ଗୌତମ ଅଦାନି ଓ ତାଙ୍କ ପରିବାରର ସମ୍ପତ୍ତି ମୂଲ୍ୟ ହ୍ରାସ ପାଇଚାଲିଛି ।

ଅନ୍ୟପକ୍ଷରେ ବ୍ଲୁମ୍ବର୍ଗ କୋଟିପତି ସୂଚକାଙ୍କ ଅନୁସାରେ ଗୌତମ ଅଦାନି ବିଶ୍ବ ଧନି ତାଲିକାର ୨୫ ତମ ସ୍ଥାନକୁ ଖସିଆସିଛନ୍ତି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୫୫.୨ ବଲିୟନ ଡଲାର ରହିଛି ।

ଭାରତର ନଂ୧ ଧନୀ ମୁକେଶ ଅମ୍ବାନି ଏହି ତାଲିକାର ୧୨ତମ ସ୍ଥାନରେ ଅଛନ୍ତି ଓ ତାଙ୍କ ମୋଟ ସଂପତ୍ତିର ପରିମାଣ ୮୦.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।

 

ସମ୍ବନ୍ଧିତ ଖବର