ସମ୍ପତ୍ତି ବିକିବେ ଆଦାନି

ନୂଆଦିଲ୍ଲୀ : ନିଜ କଂପାନିର ପ୍ରକଳ୍ପଗୁଡ଼ିକ ନିମନ୍ତେ ପାଣ୍ଠି ଯୋଗାଡ଼ କରିବା ଲାଗି ଶିଳ୍ପପତି ଗୌତମ ଆଦାନି କିଛି ସମ୍ପତ୍ତି ବିକ୍ରି କରିବା ଉପରେ ବିଚାର କରୁଛନ୍ତି। ବିଭିନ୍ନ ସଂସ୍ଥାର ଅଣ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତିଗୁଡ଼ିକୁ ବିକ୍ରି କରିବା ଉପରେ ବିଚାର କରାଯାଉଛି। ଆମେରିକାର ସଂସ୍ଥା ହିଣ୍ଡେନ୍‌ବର୍ଗର ଅଭିଯୋଗ ପରେ ଆଦାନି ଗ୍ରୁପ୍‌ର ସ୍ଥିତି ବେଶ ଖରାପ ହୋଇପଡ଼ିଛି। ନୂତନ ପାଣ୍ଠି ଯୋଗାଡ଼ କରିବା ଲାଗି କଂପାନି ସଂଘର୍ଷ କରୁଛି।

କିନ୍ତୁ ଗତ କିଛି ଦିନ ଭିତରେ କଂପାନି ସ୍ଥିତି ବେଶ ଉନ୍ନତି ପରିଲକ୍ଷିତ ହୋଇଛି। ସେୟାର‌ ବଜାରରେ ଆଦାନି କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଅନ୍ୟ ପକ୍ଷରେ ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାରେ ନିବେଶ କରିିଥିବା ସରକାରୀ ବୀମା କଂପାନି ଏଲ୍‌ଆଇସିର ନିବେଶ ମୂଲ୍ୟ ପ୍ରାୟ ୩୦୦୦ କୋଟି ଟଙ୍କା ବଢ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର