ଆପଣ ଏୟାରଟେଲ ସିମ ବ୍ୟବହାର କରୁଛନ୍ତି କି? ବନ୍ଦ ହୋଇଗଲା ଏହି ଶସ୍ତା ଓ ଲୋକପ୍ରିୟ ପ୍ଲାନ

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ନିଜର ଗ୍ରାହକମାନଙ୍କୁ ଏକ ବଡ ଝଟକା ଦେଇଛି | ଏୟାରଟେଲ ଏହାର ଲୋକପ୍ରିୟ ତଥା ଶସ୍ତା ପ୍ଲାନ ଭାବେ ପରିଚିତ ୯୯ ଟଙ୍କିଆ ପ୍ଲାନକୁ ବନ୍ଦ କରିଦେଇଛି | ଏହି ପ୍ଲାନକୁ ବନ୍ଦ କରି କମ୍ପାନୀ ଏହାର ସର୍ବନିମ୍ନ ମାସିକିଆ ରିଚାର୍ଜ ପ୍ଲାନର ମୂଲ୍ୟ ୧୫୫ ଟଙ୍କାକୁ ବୃଦ୍ଧି କରିଛି | ବାସ୍ତବରେ ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, ବିହାର, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତର ପୂର୍ବାଂଚଳରେ ଏହି ଯୋଜନାକୁ ବନ୍ଦ କରିଦେଇଛି | ପୂର୍ବରୁ ଗତବର୍ଷ ନଭେମ୍ବରରେ ହରିୟାଣା ଓ ଓଡ଼ିଶାରେ ଏହି ପ୍ଲାନକୁ ବନ୍ଦ କରିଦିଆଯାଇଥିଲା | ଯଦି ଆମେ ନୂଆ ବର୍ଦ୍ଧିତ ପ୍ଲାନ ୧୫୫ ଟଙ୍କାକୁ ୯୯ ଟଙ୍କିଆ ପ୍ଲାନ ସହ ତୁଳନା କରିବା ତେବେ ଏହା ୫୭ ପ୍ରତିଶତ ଅଧିକ ବୋଲି ଜଣାପଡିଛି |

୯୯ ଟଙ୍କିଆ ପ୍ଲାନରେ ଭଏସ କଲ ପାଇଁ ପ୍ରତି ସେକେଣ୍ଡ ପିଚା ଅଢେଇ ପଇସା ଓ ୨୦୦ ଏମବି ଡାଟା ମିଳୁଥିଲା | ଏୟାରଟେଲର ୧୫୫ ଟଙ୍କା ଯୋଜନାର ବୈଧତା ୨୪ ଦିନ ହୋଇଥିବାବେଳେ ଏଥିରେ ଅସୀମିତ ଭଏସ୍ କଲ୍ ପ୍ରଦାନ କରାଯାଏ | ଏହି ଯୋଜନାରେ ୧ଜିବି ମୋବାଇଲ୍ ଡାଟା ଉପଲବ୍ଧ ହୋଇଥିବାବେଳେ ଏହି ପ୍ୟାକରେ ଗ୍ରାହକଙ୍କୁ ୩୦୦ଟି ଏସଏମଏସ ମଧ୍ୟ ପ୍ରଦାନ କରାଯାଏ | ଏହା ପରେ ଆପଣଙ୍କୁ ଲୋକାଲ ଏସଏମଏସ ପାଇଁ ୧ ଟଙ୍କା ଏବଂ ଅନ୍ୟ ଏସଏମଏସ ପାଇଁ ଦେଢ଼ ଟଙ୍କା ଦେବାକୁ ପଡିବ |

ସମ୍ବନ୍ଧିତ ଖବର