ଅମିତାଭ ମୁଖାର୍ଜୀ ଏନ୍‌ଏମ୍‌ଡିସିର ସିଏମ୍‌ଡି

ହାଇଦ୍ରାବାଦ: ଏନ୍‌ଏମ୍‌ଡିସି ଲିମିଟେଡ୍‌ର ନିର୍ଦେଶକ (ଅର୍ଥ) ଅମିତାଭ ମୁଖାର୍ଜୀଙ୍କୁ କଂପାନିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ (ସିଏମ୍‌ଡି) ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ୧୯୯୫ ବ୍ୟାଚ୍‌ର ଏହି ଆଇଆର୍‌ଏସ୍‌ ଅଫିସର ହେଉଛନ୍ତି ଜଣେ କଷ୍ଟ୍‌ ଆକାଉଣ୍ଟାଣ୍ଟ୍‌ ଓ ବିଳାସପୁରର ଗୁରୁ ଘାସିଦାସ ବିଶ୍ବବିଦ୍ୟାଳୟରୁ ସେ ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ଏନ୍‌ଏମ୍‌ଡିସିରେ ଯୋଗ ଦେବା ପୂର୍ବରୁ ସେ ରେଳ ବିକାଶ ନିଗମରେ ମହାପ୍ରବନ୍ଧକ (ବିତ୍ତ) ଭାବେ କାର୍ଯ୍ୟ କରୁଥିଲେ। ଭାରତୀୟ ତୈଳ ନିଗମ ପାଇଁ ମଧ୍ୟ ସେ କାମ କରିଛନ୍ତି।

ସମ୍ବନ୍ଧିତ ଖବର