ଏହି ୫ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଆରବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ନିୟମ ଉଲ୍ଲଂଘନ କରିବା ୫ଟି ସମବାୟ ବ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ଆରବିଆଇ ୪ଟି ବ୍ୟାଙ୍କ ଉପରେ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଗୋଟିଏ ସମବାୟ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି। ଯେଉଁ ବ୍ୟାଙ୍କର ଲାଇସେନ୍ସ ବାତିଲ ହୋଇଛି ସେହି ବ୍ୟାଙ୍କର ନାମ ହେଉଛି ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିମିଟେଡ୍ | ଏହି ବ୍ୟାଙ୍କ ଉତ୍ତରପ୍ରଦେଶର ସୀତାପୁରରେ କାର୍ଯ୍ୟ କରୁଥିବାବେଳେ ଆରବିଆଇ କହିଛି ଯେ ଏହି ସମବାୟ ବ୍ୟାଙ୍କ ପାଖରେ ପୁଞ୍ଜି ନାହିଁ। କେବଳ ଏତିକି ନୁହେଁ, ବ୍ୟାଙ୍କରେ ଅଧିକ ରୋଜଗାର ହେବାର ଆଶା ନାହିଁ। ସେଥିପାଇଁ ଏହି ବ୍ୟାଙ୍କ ବନ୍ଦ କରାଯାଇଛି । ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲିମିଟେଡକୁ ୭ ଡିସେମ୍ବରରୁ ବନ୍ଦ କରିବାକୁ ପଡିବ। ବ୍ୟାଙ୍କ ବନ୍ଦ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଉତ୍ତରପ୍ରଦେଶ କମିଶନର ତଥା ରେଜିଷ୍ଟ୍ରାରଙ୍କୁ ମଧ୍ୟ ଆରବିଆଇ ନିର୍ଦ୍ଦେଶ ଦେଇଛି ।

ଆରବିଆଇ କହିଛି ଯେ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଦେୟ ଦେଇନାହିଁ। ବ୍ୟାଙ୍କ କହିଛି ଯେ ୯୮.୩୨ ପ୍ରତିଶତ ଗ୍ରାହକଙ୍କୁ ସେମାନଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯିବ। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ବୀମାଭୁକ୍ତ ହୋଇଛି | ୯୮.୩୨ ପ୍ରତିଶତ ବ୍ୟାଙ୍କ ଗ୍ରାହକଙ୍କ ପାଖରେ ୫ ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍ ଜମା ରହିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୪ଟି ସମବାୟ ବ୍ୟାଙ୍କ ଉପରେ ଜରିମାନା ମଧ୍ୟ ଲଗାଇଛି | ଯେଉଁ ବ୍ୟାଙ୍କଗୁଡିକ ଉପରେ ଜରିମାନା ଲଗାଯାଇଛି, ସେଥିରେ ପାଟନ୍ କୋ-ଅପରେଟିଭ୍ ବ୍ୟାଙ୍କ, ରାଜର୍ଶୀ ସାହୁ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ବ୍ୟାଙ୍କ ଏବଂ ପ୍ରାଥମିକ ଶିକ୍ଷକ ସମବାୟ ବ୍ୟାଙ୍କ ଅନ୍ତର୍ଭୁକ୍ତ। ଏହି ଚାରୋଟି ବ୍ୟାଙ୍କ ମଧ୍ୟରୁ ୩ଟି ବ୍ୟାଙ୍କ ଉପରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଏବଂ ଅନ୍ୟ ବ୍ୟାଙ୍କ ଉପରେ ୧୦୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର