ରାଷ୍ଟ୍ରପତିଙ୍କୁ ଭେଟିଲେ ଫିକି ପ୍ରତିନିଧି

ନୂଆଦିଲ୍ଲୀ: ଶିଳ୍ପ ସଂଘ ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଫିକିର ସମୃଦ୍ଧ ପରମ୍ପରା ଓ ଭାରତୀୟ ଶିଳ୍ପ ଓ ଏମ୍ଏସ୍‌ଏମ୍ଇଙ୍କୁ ତାହା କିଭଳି ସହଯୋଗ କରୁଛି ସେ ବିଷୟରେ ଏହି ଅବସରରେ ଆଲୋଚନା ହୋଇଥିଲା। ଫିକିର କାର୍ଯ୍ୟକୁ ରାଷ୍ଟ୍ରପତି ପ୍ରଶଂସା କରିବା ସହ ମାର୍ଗଦର୍ଶନ ମଧ୍ୟ କରିଥିଲେ। ଏହି ଅବସରରେ ଫିକିର ପୂର୍ବତନ ସଭାପତି ୱାଇ କେ ମୋଦୀ, ନୈନା ଲାଲ କିଦ୍‌ୱାଇ ଓ ମହାସଚିବ ଶୈଳେଶ ପାଠକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର