ହ୍ଵାଟସ୍‌ଆପ୍‌ର ଏହି ନୂତନ ଫିଚର ହେତୁ ‘ଗୁଡ ମର୍ଣ୍ଣଂ ଓ ଗୁଡ ଇଭିନିଙ୍ଗ’ ମେସେଜରୁ ମୁକ୍ତି ମିଳି ପାରିବ

ନୂଆଦିଲ୍ଲୀ: ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀ ପ୍ରତିଦିନ ଆସୁଥିବା ସ୍ପାମ୍‌ ମେସେଜକୁ ନେଇ ବିରକ୍ତ ହୋଇ ପଡ଼ିଥାଆନ୍ତି। କମ୍ପାନି ଏଥିପାଇଁ ଯୋଜନା ଆରମ୍ଭ କରି ଦେଇଛି। ଏଣିକି ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀ ‘ଗୁଡ଼ ମର୍ଣ୍ଣଙ୍ଗ୍‌’ ଓ ‘ଗୁଡ଼ ଇଭିନିଙ୍ଗ’ର ଫରଓ୍ଵାଡେଡ୍‌ ମେସେଜକୁ ନେଇ ମୁକ୍ତି ପାଇ ପାରିବେ। ଏହାକୁ ନେଇ ହ୍ଵାଟସ୍‌ଆପ୍‌ ଏକ ନୂତନ ଫିଚର ଉପରେ ପରୀକ୍ଷଣ କରୁଛି।

ଏହି ଫିଚରର ବିଶେଷତ୍ୱ ହେଉଛି, ବ୍ୟବହାରକାରୀଙ୍କୁ ଫରଓ୍ଵାଡେଡ୍‌ ମେସେଜ୍‌ ସମ୍ପର୍କରେ ସୂଚନା ମିଳିବ ପାରିବ। ଯାହାଫଳରେ ବ୍ୟବହାରକାରୀ ସହଜରେ ଜାଣିପାରିବେ ଏହି ତାଙ୍କ ପାଖକୁ ଆସୁଥିବା ମେସେଜ କେଉଁଠାରୁ ଫରଓ୍ଵାଡ ହୋଇଛି। କାରଣ ସେହି ମେସେଜ ଉପରେ ଫରଓ୍ଵାଡ ମେସେଜ ଲେଖାଯାଇଥିବ।

WABETaInfo ହ୍ଵାଟସ୍‌ଆପ୍‌ ସହିତ ଜଡ଼ିତ ଥିବା ସୂଚନା ସମ୍ପର୍କରେ ଅବଗତ କରାଇଥାଏ। ସୂଚନାମୁତାବକ, ଏହି ଫିଚର ଆଣ୍ଡ୍ରୋଏଡ ଭର୍ସନ ୨.୧୮.୬୭ରେ ମିଳିବ। ଏତଦ୍‌ବ୍ୟତୀତ ଏହି ଫିଚର ଉଇଣ୍ଡୋରେ ବି ସାମିଲ କରାଯାଇଛି। ଏହି ଫିଚର ଆସିବା ପରେ ପ୍ରତିଦିନ ଆସୁଥିବା ‘ଗୁଡ଼ ମର୍ଣ୍ଣଂ ଓ ଗୁଡ଼ ଇଭିନିଙ୍ଗ୍‌’ ଭଳି ଫରଓ୍ଵାଡେଡ୍‌ ମେସେଜରୁ ବ୍ୟବହାରକାରୀ ମୁକ୍ତି ପାଇପାରିବେ।

ସମ୍ବନ୍ଧିତ ଖବର