ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଗୁରୁଗ୍ରାମର ଏକ ଘରୁ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ନାବାଳିକାଙ୍କୁ ଏହି ଘରେ ଗତ କିଛି ମାସ ହେବ ନିର୍ଯାତନା ଦିଆଯାଉଥିଲା।
ଅଧିକାରୀମାନେ କହିଛନ୍ତି,‘ଝାଡଖଣ୍ଡରେ ରହୁଥିବା ନାବାଳିକାଙ୍କ ଶରୀରରେ ଅନେକ ସ୍ଥାନରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନାବାଳିକା ଜଣକ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି କି ନାହିଁ ସେନେଇ ଡାକ୍ତରମାନେ ମଧ୍ୟ ତାଙ୍କର ଡାକ୍ତରୀ ପରୀକ୍ଷା କରୁଛନ୍ତି।
ପ୍ରକାଶ ରିପୋର୍ଟ ଅନୁଯାୟୀ, ନାବାଳିକାଙ୍କୁ ଗରମ ଚିମୁଟାରେ ଚେଙ୍କ ଏବଂ ବାଡିରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ନାବାଳିକା ଯାହାଙ୍କ ଘରେ ରହୁଥିଲେ, ସେଠାରେ ରହୁଥିବା ଦମ୍ପତି ନାବାଳିକାଙ୍କୁ ଭୋକରେ ରଖୁଥିଲେ। ଖାଦ୍ୟ ଚୋରି କରୁଥିବା ଅଭିଯୋଗ କରି ନିସ୍ତୁକମାଡ଼ ମାରୁଥିଲେ।
ଜଣେ ଅଧିକାରୀ କହିଛନ୍ତି, ” ନାବାଳିକାଙ୍କୁ ଅନେକ ଦିନ ଧରି ଖାଇବାକୁ ଦେଉ ନଥିଲେ ଦମ୍ପତି। ଗୁରୁଗ୍ରାମସ୍ଥିତ ଏକ ଏନଜିଓର ଅଭିଯୋଗ ଆଧାରରେ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଥିଲା।
This 14 yr old girl has been brutally beaten up by an educated couple in Gurgaon. No body part that’s not tortured. They cut her, beat her, burnt her with chimta. She had to eat food from dustbin. She was rescued after i raised an SOS & approached @PreetiBDalal@cmohry @NCPCR_ pic.twitter.com/qiWYTOwnxe
— Deepika Narayan Bhardwaj (@DeepikaBhardwaj) February 7, 2023
ଦୀପିକା ନାରାୟଣ ଭରଦ୍ୱାଜଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋଗୁଡ଼ିକରେ ଝିଅର କପାଳ, ଓଠ, ଗାଲ ଏବଂ ବାହୁରେ କଟା ଏବଂ ପୋଡା ଚିହ୍ନ ଥିବା ଦେଖିବାକୁ ମିଳିଥିଲା।