୧ ଘଣ୍ଟା ପର୍ଯ୍ୟନ୍ତ ଅଜଣା ନମ୍ବରରୁ ଆସି ଚାଲିଲା କଲ୍‌, ତାପରେ ମେସେଜ୍‌ ଆସିଲା ଆକାଉଣ୍ଟ୍‌ରୁ କଟି ଯାଇଛି ୫୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ଅନ୍‌ଲାଇନ୍‌ ଠକାମୀ ବଢ଼ିବାରେ ଲାଗିଛି। ଗୋଟାଏ ଫୋନ୍‌ କଲ୍‌ କିମ୍ବା ଗୋଟାଏ ମେସେଜ୍‌ରେ କଟିଯାଉଛି ଲକ୍ଷ ଲକ୍ଷ ଟଙ୍କା। ଦିଲ୍ଳୀରେ ଏବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଳୀରେ ସିକ୍ୟୁରିଟି ଏଜେନ୍ସି ଚଳାଉଥିବା ଜଣେ ବ୍ୟକ୍ତିଙ୍କ ସହ ଏପରି ଘଟିଛି। ଆପଣ ଶୁଣିଥିବେ ଯେ କେଉଁ ଅଜଣା ଲୋକଙ୍କ ସହ କାର୍ଡ ନମ୍ବର କିମ୍ବା ଓଟିପି ସେୟାର କରିବା ଦ୍ବରା ହିଁ ବ୍ୟକ୍ତି ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇଥାନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଦିଲ୍ଲୀର ଉକ୍ତ ବ୍ୟକ୍ତି ଜଣକ ସେପରି କିଛି ବି କରିନାହାନ୍ତି। ତଥାପି ବି ତାଙ୍କ ଆକାଉଣ୍ଟ୍‌ରୁ ୫୦ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି।

ମାମଲା ନଭେମ୍ବର ୧୩ ତାରିଖର। ସୂଚନାରୁ ପ୍ରକାଶ ଯେ, ପୀଡ଼ିତ ଜଣକ ନିଜ ଘରେ ଥିବା ସମୟରେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା। ପୀଡ଼ିତ ଜଣକ କଲ୍‌ ରିସିଭ୍‌ କଲେ। ମାତ୍ର ସେପାଖରୁ କେହି କିଛି କହିଲେ ନାହିଁ। ଏହା ପରେ ଭିନ୍ନ ଭିନ୍ନ ନମ୍ବରରୁ କଲ୍‌ ଆସିବାରେ ଲାଗିିଲା। ‌ସେଥିମଧ୍ୟରୁ କିଛି ମିସ୍‌ଡକଲ୍‌ ବି ଥିଲା। ପୀଡ଼ିତ ଜଣକ ୨-୩ ଥର ଫୋନ୍‌ ଉଠାଇଥିଲେ। ହେଲେ କେହି ବି କିଛି କହୁନଥିଲେ। ପୀଡ଼ିତଙ୍କ କହିବା କଥା ଏହିପରି ପ୍ରାୟ ୧ ଘଣ୍ଟା ଚାଲିଥିଲା। ତାପରେ ତାଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ଆସିଥିଲା। ମେ‌ସେଜ୍‌କୁ ଦେଖି ପୀଡ଼ିତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୫୦ ଲକ୍ଷ ଟଙ୍କା କଟି ଯାଇଥିବା ମୋବାଇଲ୍‌କୁ ମେସେଜ୍‌ ଆସିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର