ପୁଲିସ ଷ୍ଟେସନରେ ଥିବା ଅଭିଯୁକ୍ତମାନଙ୍କ ପ୍ରମାଣ ନଷ୍ଟ କରି ଦେଉଛନ୍ତି ମୂଷାଦଳ

ନୂଆଦିଲ୍ଲୀ: ସମୟସମୟରେ ଏମିତି ଘଟଣାମାନ ସାମ୍ନାକୁ ଆସିଥାଏ ଯାହାକି ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ଆମେରିକାର ଲୁସିୟାନାର ନ୍ୟୁ ଆରଲିୟନ୍ସରେ ଚକିତ କରିଲା ଭଳି ଘଟଣା ଘଟିଛି।

ପୁଲିସ ଇନ୍ସପେକ୍ଟର ଏନି କିର୍କପ୍ୟାଟ୍ରିକ ସିଟି କାଉନସିଲ ଅପରାଧିକ ନ୍ୟାୟ ସମିତିଙ୍କୁ କହିଛନ୍ତି କି, ଥାନାରେ ପ୍ରବଳ ମାତ୍ରାରେ ମୂଷା ଓ ଅସରପା ଭରି ଗଲେଣି। ଏମାନଙ୍କୁ ତଡ଼ିବା ପାଇଁ ଯାହା ସବୁ ବ୍ୟବସ୍ଥା କରିବା କଥା ସବୁ କିଛି ଆପଣାଇ ସାରିଲୁଣି। କିନ୍ତୁ କିଛି ଲାଭ ମିଳୁନାହିଁ।

ଥାନାରେ ଥିବା କଠୋରିଗୁଡ଼ିକରେ ମୂଷା ଓ ଅସରପା ସେମାନଙ୍କ ଆଡ୍ଡା ଜମାଇ ରଖିଛନ୍ତି। ‌ତେବେ ଯେଉଁ କ‌ଠୋରିଗୁଡ଼ିକରେ ଅପରାଧୀଙ୍କ ସହିତ ଜଡ଼ିତ ଦସ୍ତାବିଜ ଓ ପ୍ରମାଣ ରଖାଯାଇଛି ସେଠାରେ ବସିବା ଭଳି କୌଣସି ବ୍ୟବସ୍ଥା ନାହିଁ।

ଏଥିସହିତ ଉକ୍ତ କଠୋରିଗୁଡ଼ିକ ଶୀତ ଦିନେ ପ୍ରବଳ ଥଣ୍ଡା ଲାଗୁଥିବା ବେଳେ ଖରାଦିନେ ବସିବା କଷ୍ଟ କର ହୋଇପଡେ। ତେଣୁ ତାହାକୁ ବନ୍ଦ ରଖାଯାଏ। ‌ଯେଉଁ କାରଣରୁ ମୂଷାମାନେ ସେଠାରେ ତାଙ୍କ ରାଜ ଚଲାଇଥାଆନ୍ତି। ଆଉ ଜରୁରୀ ଦସ୍ତାବିଜକୁ ନଷ୍ଟ କରି ଦେଇଥାଆନ୍ତି। ଏମି୍ତି କି ଅନେକ ଅପରାଧୀଙ୍କ ପ୍ରମାଣ ବି ନଷ୍ଟ କରି ସାରିଛନ୍ତି। ଯେଉଁପାଇଁ ଆମେ ଆଗାମୀ ଦିନରେ ବଡ଼ ଅସୁବିଧାରେ ପଡ଼ିବାର ଅନେକ ଆଶଙ୍କା ରହିଛି। ତେଣୁ ଯଥାଶୀଘ୍ର  ଏହାର ସମାଧାନ କରନ୍ତୁ।’

ସମ୍ବନ୍ଧିତ ଖବର