ମୁମ୍ବାଇ: ମୁମ୍ବାଇର କଜରତରେ ଏକ ଅଭାବୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ଶିକ୍ଷକ ତାର ଗଳାରେ ବାଉଁଶ ବାଡି ଭୁସି ଦେଇଥିବା ଘଟଣା ସାମ୍ନାକୁ ଆସିଛି।

Advertisment

publive-image

କଜରତ ପୁଲିସ ଥାନାର ପୁଲିସ ଅଧିକାରୀ ଏସ.ବି ମହତ୍ରେଙ୍କ କହିବାନୁସାରେ, ଏହି ମାମଲା ପିମ୍ପଲଗ୍ରାମ ସ୍ଥିତ ଜିଲ୍ଲା ପରିଷଦର ଏକ ସ୍କୁଲରେ ଘଟିଛି। ଏହି ସ୍କୁଲରେ ଦ୍ୱିତୀୟ ଶ୍ରେଣୀ ପାଠପଢ଼ୁଥିବା ରୋହନ ଡି ଜିଜିଙ୍କୁ ଶିକ୍ଷକ ସୋପାନ ସିନ୍ଦେ ଏକ ଗଣିତ ପ୍ରଶ୍ନ ପଚାରି ଥିଲେ। ରୋହନ କିନ୍ତୁ ଶିକ୍ଷକଙ୍କ ସେହି ପ୍ରଶ୍ନରେ ଉତ୍ତର ଦେଇ ପାରି ନଥିଲା। ପ୍ରଶ୍ନର ଉତ୍ତର ଶିକ୍ଷକ କାହିଁକି ଦେଇ ପାରି ନଥିଲା ସେହି କାରଣରୁ କାରଣରୁ ଶିକ୍ଷକ ରାଗି ଯାଇ ପିଲାର ଗଳାରେ ବାଉଁଶ ବାଡି ଭୁସି ଦେଇଥିଲେ। ଏହାଫଳରେ ରୋହନ ଅଚେତ ହୋଇ ଚଟାଣରେ ପଡ଼ି ଯାଇଥିଲା। ସ୍କୁଲ ପ୍ରଶାସନ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ରୋହନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ରୋହନର ଚିକିତ୍ସା କରି ତାର ଶ୍ୱାସ ନଳୀ ଓ ଖାଦ୍ୟ ନଳୀ ନଷ୍ଟ ହୋଇଯାଇଛି ବୋଲି କହି ପୁଣେକୁ ସ୍ଥାନାନ୍ତର କରି ଦେଇଥିଲେ। ପୁଣେ ହସ୍‌ପିଟାଲର ଆଇସିୟୁ ରୋହନର ଚିକିତ୍ସା କାର୍ଯ୍ୟ ଚାଲିଛି। ସ୍କୁଲ ପ୍ରଶାସନ ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରି ଦେଇଛନ୍ତି।

ରୋହନର ମା’ ଉକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।