ପୁଲିସ ସ୍ବାମୀଙ୍କ ଅଶ୍ଳୀଳ ଫଟୋ ଧରି କମିସନରଙ୍କ ନିକଟରେ ପହଞ୍ଚି ସ୍ତ୍ରୀ କଲେ ଏଭଳି ଅଭିଯୋଗ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ଜଣେ କନଷ୍ଟେବଳଙ୍କ ସ୍ତ୍ରୀ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ବାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ଅଧିକାରୀମାନେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ଗୋବିନ୍ଦ ନଗରରେ ବସବାସ କରୁଥିବା ମହିଳା ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ‘ମୋର ସ୍ବାମୀ କନଷ୍ଟେବଳ। ମୁଁ ଗୋବିନ୍ଦ ନଗରରେ ବସବାସ କରେ। ଘରଲୋକଙ୍କ ଅନିଇଚ୍ଛା ସତ୍ତ୍ବେ ମୁଁ ବିବାହ କରିଥିଲି। ବିବାହ ପରେ ଆମେ କୋର୍ଟ ମ୍ୟାରେଜ ବି କରିଥିଲୁ।

ବିବାହର କିଛିଦିନ ପ‌ରେ ସ୍ବାମୀଙ୍କର ଫିରୋଜାବାଦକୁ ପୋଷ୍ଟିଂ ହୋଇଯାଇଥିଲା। ଏହାପରେ ସ୍ବାମୀଙ୍କ ସ୍ବଭାବ ବଦଳି ଯାଇଥିଲା। ଅନେକ ସମୟରେ ସେ ଘରକୁ  ଅନ୍ୟ ମହିଳାମାନଙ୍କୁ ଆଣିଥାଆନ୍ତି। ସେମାନଙ୍କ ସହିତ ଖରାପ କାମ ବି କରିଥାଆନ୍ତି। ମୁଁ ଥିବା ଅବସ୍ଥାରେ ଉକ୍ତମହିଳାମାନଙ୍କ ସହିତ ସ୍ବାମୀ ଶାରୀରିକ ସମ୍ପର୍କ ବି ରଖିଥାଆନ୍ତି। ଏହାକୁ ମୁଁ ବିରୋଧ କରିବାରୁ ସେ ମୋତେ ଜୀବନରୁ ମାରି ଦେବାକୁ ବି ଅନେକ ଥର ଉଦ୍ୟମ କରିଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ମୁଁ ବଞ୍ଚି ଯାଇଛି।

ତେଣୁ ମୁଁ ପ୍ରମାଣ ସ୍ବରୂପ ସ୍ବାମୀଙ୍କ ଅଶ୍ଳୀଳ ଭିଡିଓକୁ ରେକର୍ଡ କରି ଦେଇଥିଲି, ଯାହାକୁ ମୁଁ ଆପଣଙ୍କ ନିକଟରେ ଜମା ଦେଇଛି।। ମୋ ଶାଶୁ ଓ ଶ୍ବଶୁର ବି ସ୍ବାମୀଙ୍କ ଏଭଳି କାମକୁ ସମର୍ଥନ ଜଣାଇ ମୋତେ ଘରକୁ ବାହାରି ଯିବାକୁ ବାଧ୍ୟ କରୁଛନ୍ତି। ଘରଲୋକଙ୍କ ସହିତ ମୋ ସମ୍ପର୍କ ନାହିଁ। ଆଜ୍ଞା ମୋତେ ନ୍ୟାୟ ଦିଅନ୍ତୁ। ଏସବୁ ନିର୍ଯାତନା ମୁଁ ଆଉ ସହି ପାରୁ ନାହିଁ। ଶେଷରେ ଜୀବନ ହାରିବାକୁ ବାଧ୍ୟ ହେବି।’

ସମ୍ବନ୍ଧିତ ଖବର