ଇଲେକ୍ଟୋରାଲ ବଣ୍ଡ ଡାଟା ଅପଲୋଡ୍ କଲେ ନିର୍ବାଚନ ଆୟୋଗ,ଦେଖନ୍ତୁ ସମ୍ପୂର୍ଣ୍ଣ ଡାଟା

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସୂଚନା ସାର୍ବଜନୀନ କରିଛନ୍ତି। ଆୟୋଗ ପକ୍ଷରୁ ୱେବସାଇଟରେ ଇଲେକ୍ଟୋରାଲ ବଣ୍ଡ ଡାଟା ଅପଲୋଡ୍ କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ୧୨ ମାର୍ଚ୍ଚ ୨୦୨୪ରେ ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡ ଡାଟା ଉପଲବ୍ଧ କରାଇଥିଲା। ଗୁରୁବାର ନିର୍ବାଚନ ଆୟୋଗ ଏହି ଡାଟାକୁ ଅପଲୋଡ୍ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ଅନୁସାରେ ଅପଲୋଡ୍ କରାଯାଇଥିବା ଡାଟାରେ ରାଜନୈତିକ ଦଳଙ୍କୁ ଦାନ ଦେଇଥିବା ସଂସ୍ଥା ମଧ୍ୟରେ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍, ମେଘା ଇଞ୍ଜିନିୟରିଂ, ପିରାମଲ ଏଣ୍ଟ୍ରପ୍ରାଇଜେସ୍, ଟରୋଣ୍ଟ ପାୱାର, ଭାରତୀ ଏୟାରଟେଲ, ଡିଏଲଏଫ କମର୍ସିଆଲ ଡେଭଲପର୍ସ, ବେଦାନ୍ତ ଲିମିଟେଡ ପ୍ରମୁଖ ସାମିଲ ଅଛନ୍ତି। ସେହିପରି ଇଲେକ୍ଟୋରାଲ ବଣ୍ଡ କିଣିଥିବା ସଂସ୍ଥା ମଧ୍ୟରେ ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ମିତ୍ତଲ, ଏଲଡଭାଇସ, ପିବିଆର, କେଭେଣ୍ଟର, ସୁଲା ୱାଇନ, ସନ ଫାର୍ମା ପ୍ରମୁଖ ନାମ ରହିଛି।ନିର୍ବାଚନ ଆୟୋଗ କହିଛନ୍ତି ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ବିଜେପି, କଂଗ୍ରେସ, ଆନାଦ୍ରୁମୁକ, ବିଆରଏସ, ଶିବସେନା, ଟିଏମସି. ଆରଜେଡ଼ି, ସିପିଆଇ, ସିପିଏମ୍, ଏସପି, ବିଏସପି ଆଦି ଦଳଙ୍କୁ ଟଙ୍କା ମିଳିଛି।

ଦେଖନ୍ତୁ ସମ୍ପୂର୍ଣ୍ଣ ଡାଟା:

ଇଲେକ୍ଟୋରାଲ ବଣ୍ଡ କିଣିଥିବା ସଂସ୍ଥାଙ୍କ ନାମ: https://spiderimg.amarujala.com/assets/applications/2024/03/14/r5l3nbdgig_65f30eb7e1083.pdf

ଇଲେକ୍ଟୋରାଲ ବଣ୍ଡ ନେଇଥିବା ରାଜନୈତିକ ଦଳ:

https://spiderimg.amarujala.com/assets/applications/2024/03/14/df4jcxgxuk_65f30e9197cc9.pdf

 

ସମ୍ବନ୍ଧିତ ଖବର