ମା’ ପାଲଟିଲା ରାକ୍ଷସୀ ! ୫ ପିଲାଙ୍କୁ ହତ୍ୟା କରି ୧୪ ବର୍ଷ ପରେ ଧରାପଡ଼ିଲେ ମହିଳା

ପ୍ୟାରିସ: ଗୁରୁବାର ଦିନ ଜଣେ ଫ୍ରେଞ୍ଚ ମହିଳା ତାଙ୍କ ୫ଜଣ ଶିଶୁଙ୍କୁ ହତ୍ୟା କରିବା ଘଟଣାକୁ ସ୍ୱୀକାର କରିଛନ୍ତି। ଘଟଣାଟି ଡିଏନଏ ରିପୋର୍ଟ ଦ୍ୱାରା ପ୍ରମାଣିତ ହୋଇଛି। ଜଙ୍ଗଲରୁ ୪ଜଣ ଶିଶୁଙ୍କର ଶବ ମିଳିବାର ପ୍ରାୟ ୧୪ ବର୍ଷ ପରେ ସେମାନଙ୍କ ମା’ ୫୩ ବର୍ଷୀୟା ସିଲଭା ଏଚ୍‌ ତାଙ୍କର ୫ଟି ଶିଶୁଙ୍କୁ ମାରିଥିବା କଥା ସ୍ୱୀକାର କରିଛନ୍ତି।

୧୯୯୩-୯୫ ଏବଂ ୨୦୦୩-୦୫ ମଧ୍ୟରେ ଏହି ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବାର ଅନୁମାନ କରାଯାଉଥିବା ବେଳେ ୫ମ ଶିଶୁର ମୃତଦେହକୁ ଅଭିଯୁକ୍ତଙ୍କ ଘରୁ ଉଦ୍ଧାର କରାଯାଇଛି। ସିଲଭାଙ୍କର ୧୮, ୨୭ ଏବଂ ୩୨ ବର୍ଷର ଆଉ ତିନୋଟି ସନ୍ତାନ ଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅଜାଣତରେ ସେ ମୃତ ଶିଶୁ ମାନଙ୍କର ପ୍ରସବ କରିଥିବା କହିଥିଲେ। ତଦନ୍ତକାରୀ ଶିଶୁମାନଙ୍କର ମୃତ୍ୟୁ ପଛର ରହସ୍ୟ ଜାଣିପାରି ନଥିବା ବେଳେ ଶବଗୁଡ଼ିକ ତାରରେ ଗୁଡ଼ା ହୋଇଥିଲା ବୋଲି ବ୍ୟବଛେଦରୁ ଜଣାପଡ଼ିଛି।

ପୋଲିସକୁ ପୁର୍ବରୁ ମିଳିଥିବା ଶିଶୁଙ୍କ ମୃତ୍ୟୁ ଜନିତ କୌଣସି କାରଣ ମିଳି ନ ଥିବାରୁ ସେହି ଘଟଣାଟି ଥଣ୍ଡା ହୋଇଯାଇଥିଲା। କିନ୍ତୁ ଘରୁ ମିଳିଥିବା ୫ମ ଶିଶୁର ମୃତ ଶରୀର ପରେ ବର୍ତ୍ତମାନ ସେ ଶିଶୁମାନଙ୍କର ଡିଏନ୍‌ଏ ସିଲଭାଙ୍କ ସହ ମିଶିଥିଲା । ଏହା ପରେ ସେ ପୋଲିସ ପାଖରେ ସମସ୍ତ ଦୋଷ ସ୍ୱୀକାର କରିବା ସହ ଆତ୍ମସର୍ମପଣ କରିଥିଲେ ବୋଲି କହିଛନ୍ତି ସରକାରୀ ଓକିଲ ଡ଼ୋମିନିକ୍ୱ ଅଲଜିଆରି ।

ଏହି ଘଟଣାଟି ବାହାରକୁ ଆସିବା ପରେ ଶିଶୁମାନଙ୍କର ବାପା ଆଶ୍ଚଯ୍ୟର୍ ହେବା ସହ ବହୁ ଦୁଃଖିତ ହୋଇଥିଲେ । ତେବେ ଏହିପରି ଘଟଣା ଘଟାଇବା ପଛର କାରଣ ବର୍ତ୍ତମାନ ପଯ୍ୟର୍ନ୍ତ ଅସ୍ପଷ୍ଟ ରହିଛି। ୨୦୧୬ ଜର୍ମାନରେ ନିଜ ୪ ଶିଶୁଙ୍କୁ ଅଣନିଶ୍ୱାସୀ କରିମାରିବା ଅଭିଯୋଗରେ ଜଣେ ମହିଳାକୁ ୧୪ ବର୍ଷର ଜେଲ ହୋଇଛି।

ସମ୍ବନ୍ଧିତ ଖବର