ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ: ୩ ମହିଳା ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ଶୁକ୍ରବାର ସେକ୍ସ ର‍୍ୟାକେଟ ଠାବ ହୋଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ବାଲିଅନ୍ତା ପୁଲିସ ପକ୍ଷରୁ ମେଟ୍ରୋ ସ୍ୟାଟଲାଇଟ୍‌ ସିଟିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ନୟାଗଡ଼ ଜିଲ୍ଲା ପୁରୁଣା ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ମିଶ୍ରଙ୍କ ପୁଅ ଜଣେ ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ସମୟରେ ଉଦ୍ଧାର ହୋଇଥିଲା। ଏଥି ସହିତ ଅନ୍ୟ ୨ଜଣ ଯୁବତୀଙ୍କୁ ମଧ୍ୟ ପୁଲିସ ଉଦ୍ଧାର କରିଛି।

ଉତ୍ତରପ୍ରଦେଶର ଦେଓରିଆର ଜିଲ୍ଲା ସଲିମପୁର ଥାନା ଅଞ୍ଚଳର ଜଣେ ମହିଳାଙ୍କ ଦ୍ୱାରା ଦେହ ବ୍ୟବସାୟ ଚାଲିଥିଲା। ପୁଲିସ ସଲିମପୁର ଥାନା ଅନ୍ତର୍ଗତ  ଜଣେ ମହିଳାଙ୍କୁ ମଧ୍ୟ ଉଦ୍ଧାର କରିଛି। ସେ ଏହି ବ୍ୟବସାୟର ପରିଚାଳନା କରୁଥିଲେ। ପୁଲିସ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳର ଓ ନୟାଗଡ଼ ଜିଲ୍ଲା ଗଣିଆ ଥାନା ଥାନା ଅଞ୍ଚଳର ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ଜଣେ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଭାରତୀୟ ଦଣ୍ଡ ସଂହିତା ଧାରା ୩,୪,୫,୬ ଓ ୭ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର