ଭୁବନେଶ୍ୱର: ବାଇକ-ସାଇକଲ ଦୁର୍ଘଟଣାରେ ଓୟୁଏଟି କର୍ମଚାରୀ ମୃତ

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଗଙ୍ଗନଗରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାସନାଲ ହଷ୍ଟେଲରେ ରୋଷେୟା ଭାବେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ହଷ୍ଟେଲରୁ ରୋଷେଇ ସାରି ଘରକୁ ଫେରିବା ପାଇଁ ରାସ୍ତା ଆରପଟକୁ ଯାଉଥିବା ବେଳେ ଏକ ଅଜଣା ବାଇକ(ୟାମା ଆରଏକ୍ସ ୧୦୦) ଧକ୍କା ଦେଇଥିଲା। ଫଳରେ ସାଇକଲ ଯୋଗେ ଘରକୁ ଫେରୁଥିବା ଓୟୁଏଟି କର୍ମଚାରୀ କୁମର ରାଉତ (୫୫)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ପହଞ୍ଚିବା ବେଳକୁ ବାଇକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲସି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର