ଫରହାନଙ୍କ ସହ ଷ୍ଟେଜ୍‌ ସେୟାର୍‌ କରିବାକୁ ମନାକଲେ ଶ୍ରଦ୍ଧା ! ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ଼୍‍ର କୋକିଳକଣ୍ଠି ତଥା ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ଏବେ ତାଙ୍କ ଅଭିନୀତ ଫିଲ୍ମ ‘ସାହୋ’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏଥିସହିତ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ନେଇ କିଛିଦିନ ପୂର୍ବରୁ ଖବର ଆସିଥିଲା କି ସେ କୁଆଡ଼େ ଅଭିନେତା ଫରହାନ୍‌ ଅଖତର୍‌ ସହିତ ଲଭ୍‌ ରିଲେସନ୍‌ସିପ୍‌ରେ ଅଛନ୍ତି। ଯେଉଁ ସମୟରେ କି ଏହା ବି ଶୁଣିବାକୁ ମିଳିଥିଲା ଯେ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ ଓ ଅଭିନେତା ଫରହାନ୍‌ ଅଖ୍‌ତର କୁଆଡ଼େ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଛନ୍ତି। ହେଲେ ଏସବୁ ଘଟଣାରେ ଶ୍ରଦ୍ଧାଙ୍କ ପିତା ଶକ୍ତି କପୁର୍‌ କ୍ଷୁବ୍ଧ ଥିଲେ ! ଏହାପରେ ଏହି ଦୁଇ ଯୋଡ଼ି ପରସ୍ପରଠୁ ଅଲଗା ହୋଇଗଲେ। କାହିଁକିନା ସେହିସମୟରେ ପିତା ଶକ୍ତି କପୁର୍‌ ଝିଅ ଶ୍ରଦ୍ଧାକୁ କେବଳ ନିଜ କ୍ୟାରିଅର୍‌ ପ୍ରତି ଧ୍ୟାନକେନ୍ଦ୍ରିତ କରିବା ଲାଗି ପରାମର୍ଶ ଦେଇଥିଲେ। ଏହାପରଠୁଁ ହିଁ ବଲିଉଡ଼୍‍ର ଏହି ସୁନ୍ଦରୀ ଅଭିନେତ୍ରୀ ପିତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ମାନିକରି ଚଳୁଛନ୍ତି ଓ ପ୍ରେମିକ ଫର୍‌ହାନ୍‌ଙ୍କଠାରୁ ନିଜର ଦୂରତା ବନାଉଛନ୍ତି। ହେଲେ ଏବେ ଶୁଣିବାକୁ ମିଳୁଛି କି ଶ୍ରଦ୍ଧା କୁଆଡ଼େ ଫର୍‌ହାନ୍‌ଙ୍କୁ ଏପରି ଏକ କଟୁ କଥା କହିଛନ୍ତି, ଯାହାକି ତାଙ୍କ ମନକୁ ସଂପୂର୍ଣ୍ଣ ଭାବରେ ଦୋହଲାଇ ଦେଇଛି।

ସୂଚନା ଅନୁଯାୟୀ, ନିକଟରେ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ଅଭିନେତା ଫର୍‌ହାନ୍‌ ଅଖତର୍‌ଙ୍କ ସହିତ ଷ୍ଟେଜ୍‌ ଶେୟାର୍‌ କରିବାକୁ ଅଫର୍‌ ମିଳିଥିଲା। ହେଲେ ସେ ଆଉ ଫରହାନ୍‌ଙ୍କ ସହିତ କାମ କରିବେନି ବୋଲି ସିଧାସିଧା ମନାକରିଦେଲେ। ତେବେ ଆପଣଙ୍କ ସୂଚନା ଲାଗି ଜଣାଉଛୁକି ଅଭିନେତା ଫର୍‌ହାନ୍‌ ଏବଂ ଶ୍ରଦ୍ଧା ପ୍ରଥମଥର ଲାଗି ଫିଲ୍ମ‘ରକ୍‌ ଅନ୍‌-୨’ରେ ଏକାଠି ନଜର ଆସିଥିଲେ। ଆଉ ଏହି ଫିଲ୍ମର ସୁଟିଂ ସମୟରୁ ହିଁ ଦୁହିଁଙ୍କର ଆଫେୟାର୍ସ ହୋଇଥିଲା। ହେଲେ ପରେ ପିତା ଶକ୍ତି କପୁର୍‌ଙ୍କର ପରାମର୍ଶକୁ ମାନି ଶ୍ରଦ୍ଧା କେବଳ ନିଜ କାମ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରୁଛନ୍ତି।

ସୂତ୍ର ଅନୁଯାୟୀ, ବିହାର ସରକାର ପାଟନାରେ ଆୟୋଜନ କରୁଥିବା ମାରାଥନରେ ମିଲଖା ସିଂହ ଏବଂ ଫର୍‌ହାନ୍‌ ଅଖ୍‌ତର୍‌ଙ୍କ ସହିତ ଶ୍ରଦ୍ଧାଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ହେଲେ ଶ୍ରଦ୍ଧା ପିତାଙ୍କ ଯୋଗୁଁ ଫର୍‌ହାନ୍‌ଙ୍କ ସହିତ କୌଣସି କାମ କରିବେନି ବୋଲି ସିଧାସିଧା ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର