ହୋଲିଫେଥ୍‌ ଇଂରାଜି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀଠାରେ ଥିବା ଅଗ୍ରଣୀ ଇଂରାଜି ବିଦ୍ୟାଳୟ ହୋଲିଫେଥ୍‌ ଇଂରାଜି ବିଦ୍ୟାଳୟର ବାର୍ଷିକ ଉତ୍ସବ ପିଏନ୍ ବୋଷ୍ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ ବେବି ଶର୍ମାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବାର୍ଷି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ, ମୁଖ୍ୟବକ୍ତା ଭାବେ କୁଲେଇଶିଳା ସରପଞ୍ଚ ମିଲିରାଣୀ ସିଂ, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ଜମିର୍ ଆଜାଦ୍, ସିଆରସିସି ଅଜିତ୍ ମଣ୍ଡଳ, ଯୁବ ସାମ୍ବାଦିକ ତୁଷାର କାନ୍ତ ମହାନ୍ତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ଏହି ଅବସରରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯଗିତାରେ କୃତି ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁସ୍ମିତା ମଣ୍ଡଳ, ସରିତା ମାହାଲି, ଶୁଭସ୍ମିତା ବାରିକ, ସନିଆ ସର୍ଦ୍ଧାର୍ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର