ରାଜ୍ୟସ୍ତରୀୟ ବେଶ୍ରା ଗୋଷ୍ଠୀର ବୈଠକ: ନୂତନ କର୍ମକର୍ତ୍ତା ଚୟନ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଓଡ଼ିଶା ରାଜ୍ୟସ୍ତରୀୟ ବେଶ୍ରା ଗୋଷ୍ଠୀ(ଗାଦେଲ୍)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକଟି ସମାଜ ସେବୀ ଗୋପାଲ ଚନ୍ଦ୍ର ବେଶ୍ରା, ଦେବୀ ପ୍ରସନ୍ନ ବେଶ୍ରା ଏବଂ ନାରାନ୍ ପ୍ରସାଦ ବେଶ୍ରାଙ୍କ ଆହ୍ବାନ କ୍ରମେ ବସିଥିଲା। ବୈଠକର ମୂଳ ଉଦ୍ଦେଶ୍ୟ ହେଲା ୨୦୨୪ ମସିହାରେ ରାଇରଙ୍ଗପୁର ଅଞ୍ଚଳରେ ବେଶ୍ରା ଗୋଷ୍ଠୀର ମିଳନ ଉତ୍ସବର ଆୟୋଜନ କରିବା ସହିତ ସ୍ବର୍ଗତ ବାଢା ବେଶ୍ରାଙ୍କର ୧୦୦ ତମ ଜନ୍ମ ବାର୍ଷିକୀ ପାଳନ।
ବୈଠକରେ ଓଡ଼ିଶା ପ୍ରଦେଶ ବେଶ୍ରା ଗୋଷ୍ଠୀର ସମିତି ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସଭାପତି ଭାବେ ଦେବୀ ପ୍ରସନ୍ନ ବେଶ୍ରା, ଉପସଭାପତି ବିଶ୍ବନାଥ ବେଶ୍ରା, ସାଧାରଣ ସମ୍ପାଦକ ଗୋପାଲ ଚନ୍ଦ୍ର ବେଶ୍ରା, ସାଧାରଣ ସହସମ୍ପାଦକ ସାହ୍ଲାଇ ବେଶ୍ରା, କାର୍ଯ୍ୟକାରୀ ସମ୍ପାଦକ ନାରାନ୍ ପ୍ରସାଦ ବେଶ୍ରା, କୋଷାଧକ୍ଷ ଚାମ୍ରୁ ବେଶ୍ରା, ସହକୋଷାଧ୍ୟକ୍ଷ ଶଙ୍ଖର ବେଶ୍ରାଙ୍କ ସମେତ ସମୁଦାୟ ୧୫ଜଣକୁ ଚୟନ କରା ଯାଇଥିଲା। ପଡ଼ୋଶୀ ଝାରଖଣ୍ତର ବାସ୍କ ବେଶ୍ରା, ଜଗେଶ ବେଶ୍ରା, ଦାଶ ବେଶ୍ରା, ଖୁଦିରାମ ବେଶ୍ରା ଏବଂ ଦିପୁ ବେଶ୍ରା ଉପସ୍ଥିତ ଥିଲେ। ସଭାଟିକୁ ସଫଳତା କରିବା ପାଇଁ ଗୋପୀ ବେଶ୍ରା, ଶ୍ୟାମ ବେଶ୍ରା, ନୁନାରାମ ବେଶ୍ରା, ମନୋରଞ୍ଜନ ବେଶ୍ରା ଏବଂ ଧନୁ ବେଶ୍ରା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମାଜସେବୀ ଗୋପାଲ ଚନ୍ଦ୍ର ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧିତ ଖବର