ଆରଏସଏସ ଜିଲ୍ଲା ବିସ୍ତାରକଙ୍କ ବାଇକକୁ ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା : ବେଦବ୍ୟାସ କଳୁଙ୍ଗାରେ ଆରଏସଏସ ଜିଲ୍ଲା ବିସ୍ତାରକ ଆଶିଷ ଠାକୁରଙ୍କ ବାଇକକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଜାଳି ଦେଇଛନ୍ତି | ନିଆଁରେ କୁଲର ଓ ଜେନେଟର ଜଳିଯାଇଛି | ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି | ଆଶିଷ କଳୁଙ୍ଗା ରାସ୍ତାର ଏକ ଦୋକାନ ନିକଟରେ ବାଇକ ରଖିଥିଲେ | ଏକ ନିର୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ଏମିତି କରିଛନ୍ତି ବୋଲି ଆଶିଷ ଅଭିଯୋଗ କରିଛନ୍ତି | ବ୍ରାହ୍ମଣୀତରଙ୍ଗ ପୁଲିସ ଗାଡି ଜବତ ଘଟଣାର ତଦନ୍ତ ଚଳାଇଛି l

ସମ୍ବନ୍ଧିତ ଖବର