ହିନ୍ଦୁ ସମାଜ ଉପରେ ମରଣାନ୍ତକ ଆକ୍ରମଣକୁ ରାଇରଙ୍ଗପୁରରେ ନିନ୍ଦା: ହିନ୍ଦୁ ଏକତା ମଂଚ ପକ୍ଷରୁ ବାଇକ୍ ରାଲି

ରାଇରଙ୍ଗପୁର: ଗତ ଏପ୍ରିଲ ୧୨ତାରିଖରେ ସମ୍ବଲପୁରଠାରେ ହିନ୍ଦୁ ସମାଜ ଉପରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନିନ୍ଦା କରି ଆଜି ହିନ୍ଦୁ ଏକତା ମଂଚ ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ବାଇକ୍ ରାଲି ବାହାରି ସହର ପରିକ୍ରମା କରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟଠାରେ ପହଞ୍ଚିଥିଲା | ଏକତା ମଞ୍ଚର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରି ଅପରାଧୀମାନଙ୍କୁ ଗିରଫ କରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରି ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ଯଦି ଉକ୍ତ ଘଟଣାର ପୁନରାବୃତି ଘଟେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ହିନ୍ଦୁ ଏକତା ମଂଚ ଚେତାବନୀ ଦେଇଛନ୍ତି । ଉକ୍ତ ରାଲିରେ ହିନ୍ଦୁ ଏକତା ମଂଚର ନବୀନ ରାମ, ନବଚରଣ ମାଝୀ, ବିକାଶ ମହାନ୍ତ, ଆଲୋକ ମହାନ୍ତ, ଶିବକୁମାର ଅଗ୍ରଆଲ, ମନୋଜ ଦାସ, କିଶୋର ରଜକ, ବୁଲୁ ଦିଗାର୍, ଦିଲ୍ଲୀପ ସାହୁ, ଶଶାଙ୍କ କୁମାର, ମିଥିଳା ଟୁଡୁ, ପଦ୍ମିନୀ ଜେନା,କଳ୍ପନା ମହାନ୍ତଙ୍କ ସମେତ ମଂଚର ଶତାଧିକ ସଦସ୍ୟ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର