ଆୟକର ଚଢ଼ାଉ ଟଙ୍କାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗ କରି ବିଜେପିର ଧାରଣା

ଜୟପୁର: ଆୟକର ବିଭାଗ ପକ୍ଷରୁ ରାଜ୍ୟ ସଭା ସାଂସଦ ଧୀରୋଜ ସାହୁଙ୍କ ଘରୁ ମିଳିଥିବା ୪୫୪କୋଟି ଟଙ୍କା ବେନାମୀ କଳା ଟଙ୍କା । ରାଜ୍ୟ ବିଜୁ ଜନତା ଦଳ ଓ ସରକାରଙ୍କ ଲିଙ୍କ ଏଥିରେ ରହିଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ଜୟପୁର,ଆମ୍ବାଗୁଡା , ଫାମ୍ପୁଣି , ବୋରିଗୁ୍ମ୍ମା, କୁମୁଲି , ଏସ୍ ବି ନୁଆଁ ଗାଁ, କୋଟପାଡ଼ ନିର୍ବାଚନ ମଣ୍ଡଳୀ କର୍ମକର୍ତ୍ତାମାନେ ଭାଗ ନେଇଥିଲେ।

ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ବୈଦ୍ୟନାଥ ମିଶ୍ର, ଖଗେଶ୍ୱର ପୂଜାରୀ , ବାଳକୃଷ୍ଣ ମାଝୀ, ବିଶ୍ୱ ତ୍ରିପାଠୀ ,ଶିବାଜୀ ପଟନାୟକ , ନରସିଂହ ଗୌଡ଼, ପ୍ରଦୀପ ପଟନାୟକ , ଅମର ଲାଲ ଆହୁଜା, ମଧୁ ହିଆଲ୍, ନଳିନୀ ଦାଶ, ପୁର୍ଣ୍ଣ ପଟ୍ଟନାୟକ, ସରୋଜ ପାଣିଗ୍ରାହୀ , ଏ ଦୁର୍ଗା ପ୍ରସାଦ, ନୀଳକଣ୍ଠ ଭତ୍ରା, ରୁନା ସାହୁ ଆଦି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର