କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ଆଜି ଦିନ ପ୍ରାୟ ୧୧ଟା ବେଳେ ବୋମାମାଡ଼ ହୋଇଛି। ଏହି ବୋମାମାଡ଼ରେ ଜଣେ ଛାତ୍ର ଓ ଅନ୍ୟ ଜଣେ ଅଣଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତିି। ଆଗାମୀ କଲେଜ ଛାତ୍ର ସଂସଦ ନିର୍ବାଚନ ଓ ପୂର୍ବ ବିବାଦରୁ ଏହି ବୋମାମାଡ଼ ହୋଇଥିବା ଶୁଣିବାକୁ ମିଳଛି।

Advertisment

publive-image
ଆଜିି ସଂଗ୍ରାମ ନାୟକ ନାମକ ଜଣେ ଛାତ୍ରକୁ ସଞ୍ଜୀବ ନାୟକ ନାମକ ଜଣେ ଅଣଛାତ୍ର କଲେଜରେ ଛାଡ଼ିବାକୁ ଆସିଥିବା ବେଳେ ସେମାନଙ୍କୁ ଜଣେ ଛାତ୍ର ଓ ୫ ଜଣ ଅଣଛାତ୍ର ବନ୍ଧୁୁକ ଓ ବୋମା ଧରି ଆକ୍ରମଣ କରିଥିଲେ। ଏପରିକି ଏହି ଆକ୍ରମଣରେ ସଂଗ୍ରାମ ଓ ସଞ୍ଜୀବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରତର ଦୁଇଜଣଙ୍କୁ ଚିକିସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ଆଖିଆଗରେ ରଖି ସଂଗ୍ରାମଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା କଲେଜରେ ଚର୍ଚ୍ଚା ହେଉଛି। ଏପରିକି କଲେଜ ନିକଟରେ ଏହି ଅଣଛାତ୍ରମାନେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।