ଯୁବକଙ୍କୁ ଟା‌ଙ୍ଗିଆରେ ହାଣି ହତ୍ୟା ଘଟଣା: ସିନ ରିକ୍ରିଏସନ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ଟିକପାଲି ଠାରେ ଗୁରୁବାର ସନ୍ଧ୍ୟାରେ ଜିତେନ ଧୁବଲ ନାମକ ଜୈନିକ ଯୁବକଙ୍କୁ ସେହି ପଡାର ଉଆଁଷୁ ପୋଢ ନାମକ ଯୁବକ ଟାଙ୍ଗିଆ ହତ୍ୟା କରିଥିବା ଜଣା ପଡିଥିଲା। ରାତିରେ ଅଭିଯୁକ୍ତ ଉଆଁଷୁକୁ ପୁଲିସ ଧରିବାରେ ସଫଳ ହୋଇଥିଲା। ଶୁକ୍ରବାର ଦ୍ବିପ୍ରହରରେ ସିନ ରିକ୍ରିଏସନ କରିଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଉଆଁଷୁକୁ ନେଇ ସିନରିକ୍ରିଏସନ ପାଇଁ ପୁଲିସ ଘଟଣାସ୍ଥଳ‌କୁ ପହଞ୍ଚିଥିଲା ଘଟଣା ସ୍ଥଳରେ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା, ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ଲକ୍ଷ୍ମଣ ମାଝୀ, ଥାନାଧିକାରୀ ଅନନ୍ତ ପଧାନ ପ୍ରମୁଖଙ୍କ ସହ ପୁଲିସ କର୍ମଚାରୀ ମାନେ ପ୍ରମୁଖ ଥିଲେ। ସେଠାରେ ଉଆଁଷୁ ଘଟଣାକ୍ରମର ବିସ୍ତୃତ ଭାବେ ରିକ୍ରିଏସନ କରି କହିଥିଲା ଘଟଣାସ୍ଥଳରୁ ଫେରିବା ପରେ ଅଭିଯୁକ୍ତ ଉଆଁଷୁକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଏ ସମ୍ପର୍କରେ ପାଟଣାଗଡ଼ ଏସଡିପିଓ ଶ୍ରୀ ଭୁକ୍ତାଙ୍କ କହିବା ଅନୁଯାୟୀ, ମୃତ ଜିତେନ ଧୁବଲଙ୍କ ବାପା ଝାରୁ ଧୁବଲ ଥାନାରେ ଏକ ଏତାଲା ଦେଇଥିଲେ ଅଭିଯୋଗକୁ ଆଧାରରେ ପୁଲିସ ମାମଲା ରୁଜୁ କରି ତଦକ୍ତ କରିଥିଲା। ଜିତେନ ଧୁବଲ ଓ ଉଆଁଷୁର ପରିବାର ପୂର୍ବରୁ ବାହାର ରାଜ୍ୟକୁ ଇଟା ଗଢିବା ପାଇଁ ଦାଦନ ଖଟି ଯାଇଥିଲେ ସେଠାରେ ଉଭୟଙ୍କ ପରିବାର ମଧ୍ୟରେ ଝାମେଲା ହୋଇଥିଲା। ଫେରିବା ପରେ ପାଟଣାଗଡ଼ ଟିକପାଲିରେ ମଧ୍ୟ ବ‌ାରମ୍ବାର ଝଗଡା ମଧ୍ୟ ହେଉଥିଲା, ଗୁରୁବାର ସକାଳୁ ମଧ୍ୟ ଟିକପାଲିରେ ଥିବା ହୀରାସାଗର ପୋଖରୀ ନିକଟରେ ମଧ୍ୟ ଝଗଡା ହୋଇଥିଲା। ବିଭିନ୍ନ ସମୟରେ ଉଆଁଷୁ ଜିତେନର ପରିବାରକୁ ଧମକ୍ ଦେଉଥିଲା ଏହା ଜାଣିବା ପରେ ଝାରୁ ଧୁବଲ, ଜିତେନ ଧୁବଲ ଓ ଅଜୟ ବନଗୁଲା ଉଆଁଷୁକୁ କାହିଁକି ବାହାରେ ଲୋକ ମାନଙ୍କ ଆଗରେ ଧମକ୍ ‌ଦେଉଛୁ ବୋଲି କହିଥିବା ବେଳେ ପୁଣି ଝଗଡା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ସାଇକେଲ କେରିଅରରେ ରଖିଥିବା ଟାଙ୍ଗିଆ ଆଣି ଜିତେନର ଗଳାରେ ଏକ ଚୋଟ ମାରି ଦେଇଥିଲା ଓ ଫେରାର ମାରୁଥିବା ବେଳେ ପୁଲିସ କାବୁ କରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର