କଟକ, (ସୀମନ୍ତିକା ନନ୍ଦ): କାହା ହାତକୁ ଯିବ ବାଙ୍କୀ ବିଧାନସଭା ଆସନର ବିଜେଡି ଟିକେଟ୍? ତାକୁ ନେଇ ଚର୍ଚ୍ଚା େଜାର ଧରିଛି। ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଚିଟ୍‌ଫଣ୍ଡ ଜାଲରେ ଛନ୍ଦି େହାଇଯିବା ପରେ ତାଙ୍କ ବଦଳରେ ପୁଅ ତଥା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ (ଟୁବୁ)ଙ୍କୁ ଟିକେଟ୍ ମିଳିବ େବାଲି ଦଳର େଗାଟିଏ ବଡ଼ େଗାଷ୍ଠୀ େଖାଲାେଖାଲି କହୁଛନ୍ତି। ଅନ୍ୟପଟେ ସପ୍ତାହେ ହେଲା ପୂର୍ବତନ ଜନତା ଦଳର ବିଧାୟକ ସ୍ବର୍ଗତ ଘନଶ୍ୟାମ ସାହୁଙ୍କ ପୁଅ ଇଂ ସବ୍ୟସାଚୀ ସାହୁ ମଧ୍ୟ ବିଜେଡି ବ୍ୟାନରେ ଜନସଂପର୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

Advertisment

ବିେଜଡି ସ୍ଥିତି େଦଖି କଂଗ୍ରେସ ଅଣ୍ଟାଭିଡିଛି। କଂଗ୍ରେସ ଟିକେଟ୍ ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ େନଇ ଲଢିବା ପାଇଁ ପ୍ରୟାସ ଚଳାଇଛନ୍ତି। ବିଜେପିରେ ମଧ୍ୟ ବଢୁଛି ଆଶାୟୀଙ୍କ ତାଲିକା। ହେଲେ ଦଳ କାହାକୁ ଟିକେଟ୍‌ ଦେବ, ତାକୁ ନେଇ ଟଣାଓଟରା ଚାଲିଛି।

ବାଙ୍କୀ, ଡ଼ମପଡା ଓ ବାରଙ୍ଗ ବ୍ଲକ୍‌ର କିଛି ଅଂଶକୁ ନେଇ ଗଠିତ ହୋଇଛି ଏହି ଆସନ। ଏହି ନିର୍ବାଚନମଣ୍ଡଳୀଟି ଲଗାତାର ଦୁଇଥର ହେଲା ବିଜେଡି ହାତରେ ରହିଛି।ପୂର୍ବରୁ ମଧ୍ୟ ସେ ଦୁଇଥର ଏଠାରୁ ବିଧାୟକ େହାଇଥିଲେ। ସେହିପରି ଯୋଗେଶଚନ୍ଦ୍ର ରାଉତ୍‌ ୧୯୫୭, ୧୯୬୭, ୧୯୭୪ ଓ ୧୯୭୭ ରେ ୪ଥର ବିଧାୟକ ଭାବେ ଏହି ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ବ କରିଛନ୍ତି। ଗୋକୁଳାନନ୍ଦ ପ୍ରହରାଜ ୩ଥର, ଅକ୍ଷୟ କୁମାର ପଟ୍ଟନାୟକ ଦୁଇଥର ଓ କଂଗ୍ରେସରୁ ଦେବାଶିଷ ପଟ୍ଟନାୟକ ଥରୁଟିଏ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି।

ଚଳିତ ନିର୍ବାଚନରେ କିନ୍ତୁ ଗୋଳିଆ ସ୍ଥିତିରେ ରହିଛି ବାଙ୍କୀଗଡ। ସ୍ଥାନୀୟ ପ୍ରସଙ୍ଗ ଚଳିତ ନିର୍ବାଚନରେ ଯେତିକି ପ୍ରଭାବ ପକାଇବ, ତାଠାରୁ ନେତାଙ୍କ ବ୍ୟକ୍ତିଗତ ପ୍ରସଙ୍ଗ ହିଁ ହେବ ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ େବାଲି ରାଜନୈତିକ ମହଲ ମତ ରଖୁଛନ୍ତି। କିଏ କେଉଁ ଦଳରୁ ଟିକେଟ୍‌ ପାଇବ ସେହି ଘଟଣା ହିଁ ନିର୍ବାଚନକୁ ପ୍ରଭାବିତ କରିବ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ବିଜେଡି ଟିକେଟ୍‌ କାହା ହାତକୁ ଯିବ। ଯଦି ବିଜେଡି ଦଳ ପକ୍ଷରୁ ଚିଟ୍‌ଫଣ୍ଡ ଲିଙ୍କ ଘଟଣାରେ କୌଣସି ନେତାଙ୍କୁ ବାଦ୍‌ ଦିଆଯିବ ତେବେ ହୁଏତ ପ୍ରଭାତ ବିଜେଡି ଟିକେଟ୍‌ ନପାଇ ପାରନ୍ତି। କିନ୍ତୁ ଯଦି ଦଳ ଏହି ପ୍ରସଙ୍ଗକୁ ଗୁରୁତ୍ବ ନଦିଏ ତେବେ ବିଜେଡିରୁ ପ୍ରଭାତ ହିଁ ପ୍ରମୁଖ ଦାବିଦାର୍ ରହିବେ। ଅନ୍ୟପଟେ ତାଙ୍କ ଲମ୍ବା ରାଜନୈତିକ କ୍ୟାରିଅର ଓ ଜନସଂପର୍କ ଦୃଷ୍ଟିରୁ ତାଙ୍କୁ ଟିକେଟ୍‌ ନମିଳିଲେ ତାଙ୍କ ପୁଅକୁ ଟିେକଟ ଦେଇ ଦଳ ଭାରସାମ୍ୟ ରକ୍ଷା କରିବାକୁ ଉଦ୍ୟମ କରିପାରେ।

କଂଗ୍ରେସର ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଡକ୍ଟର ‌ଦେବାଶିଷ ପଟ୍ଟନାୟକଙ୍କ ବ୍ୟତୀତ ପୂର୍ବତନ ବିଧାୟକ ତଥା ଗତ ନିର୍ବାଚନରେ ପ୍ରାର୍ଥୀ ଥିବା ରବି ମଲ୍ଲିକ୍‌ ମଧ୍ୟ କଂଗ୍ରେସ ଟିକେଟ୍‌ ଆଶାୟୀ ଦୌଡରେ ରହିଛନ୍ତି। ଡକ୍ଟର ଦେବାଶିଷ ପଟ୍ଟନାୟକ ବିଜେଡି ଯିବା ନେଇ ମଧ୍ୟ କିଛିସ୍ତରରେ ଚର୍ଚ୍ଚା େହଉଛି। ଦେବାଶିଷ ଏହାକୁ ଅସ୍ବୀକାର କରିବା ସହ ମୁଁ କଂଗ୍ରେସରେ ଅଛି ଓ ରହିବି ବୋଲି କର୍ମୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି।

ବିଜେପିରୁ କାହାକୁ ଟିେକଟ ମିଳିବ ସେ େନଇ କର୍ମୀ ଏବେ ବି ଦ୍ବନ୍ଦରେ। ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋ‌ହନ ପାଢୀ, ଗତ ନିର୍ବାଚନରେ ପ୍ରାର୍ଥୀ ଥିବା ଅଜୟ କୁମାର ସ୍ବାଇଁ, ନାରୀ ନେତ୍ରୀ ପଦ୍ମଜା ଦେବତା, ସୁବଳ ବେହେରାଙ୍କ ସମେତ ଗତ ମାସରେ ଦଳରେ ସାମିଲ ହୋଇଥିବା ତୁଷାର କାନ୍ତ ଚକ୍ରବର୍ତ୍ତୀ ବି ଟିକେଟ୍ ଆଶାୟୀ ଅଛନ୍ତି।

(ବାଙ୍କୀ) ୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ପ୍ରଭାତ କୁମାର ତ୍ରିପାଠୀ   ୮୫,୮୦୯
କଂଗ୍ରେସ   ରବୀନ୍ଦ୍ର କୁମାର ମଲ୍ଲିକ    ୪୨,୦୫୧
ବିଜେପି    ଅଜୟ କୁମାର ସ୍ବାଇଁ       ୮,୬୭୨