ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୪ଟି ବିଧାୟକ ଓ ୨ଟି ସାଂସଦ ଆସନ କଂଗ୍ରେସ ହାତେଇବ: ସପ୍ତଗିରି

ନବନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାଶଙ୍କର ସାହୁଙ୍କୁ ସମ୍ବର୍ଦ୍ଧନା

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୪ଟି ବିଧାୟକ ଓ ୨ଟି ସାଂସଦ ପଦବି କଂଗ୍ରେସ ୨୦୨୪ରେ ହାତେଇବ ବୋଲି ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସମ୍ବିଧାନରେ ଉଲ୍ଲେଖ ରହିଥିବା ନିୟମକୁ ଭଙ୍ଗ କରି ପ୍ରୋଟୋକଲକୁ ଭାଙ୍ଗି ୫ଟି ସଚିବ ବିଭିନ୍ନ ମନ୍ଦିର, ମସଜିଦ, ଚର୍ଚ୍ଚ ଆଦିକୁ ଆର୍ଥିକ ଅନୁଦାନ ଦେଉଛନ୍ତି। ସେଭଳି ସେ କରିପାରିବେ କି ବୋଲି ସାଂସଦ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଆଦିବାସୀ ଭୋଟ ହାତେଇବା ପାଇଁ ବ୍ଲକରୁ ଆରମ୍ଭ କରି ପଞ୍ଚାୟତସ୍ତରକୁ ଅନୁଦାନ ଦେଇ ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତାକୁ ସମ୍ପୂର୍ଣ୍ଣ ରୁପେ ସଙ୍କୁଚିତ କରିଛନ୍ତି ବୋଲି ସାଂସଦ ଅଭିଯୋଗ କରିଛନ୍ତି। ପୁଲିସ, ପ୍ରଶାସନ, ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ୨୦୧୩ମସିହାର ପୁରୁଣା ରାସ୍ତାରୋକ ମାମଲାର ୱାରେଣ୍ଟିରେ ନାଁ ଦଳର ଶିଶିର ମାଦଲାଙ୍କୁ ଗିରଫ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସାଂସଦ ପ୍ରଶ୍ନ କରିଛନ୍ତି। ବିଜେଡି ଓ ବିଜେପି ସରକାର ଗରିବ ମାରଣ ନିତୀ, ଖଣିଖାଦନ୍ ଓ ଜମି ଲୁଟକୁ ପ୍ରତ୍ସାହନ ଦେଉଥିବା ସରକାରଙ୍କ ବିରୋଧରେଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରାଯାଉଛି ବୋଲି ନବନିଯୁକ୍ତ ସଭାପତି ଶ୍ରୀ ସାହୁ କହିଛନ୍ତି। ସଭାକୁ ଆସିବା ପୂର୍ବରୁ କଂଗ୍ରେସ ଭବନରେ ‌ଦିଆଯାଇଥିବା ସମ୍ବର୍ଦ୍ଧନା ସ୍ଥଳରେ ଗଣମାଧ୍ୟମ ସାଂସଦଙ୍କୁ ଅନୁପସ୍ଥିତ ବିଧାୟକ, ଡିସିସି ସଭାନେତ୍ରୀଙ୍କ ସମ୍ପର୍କରେ ପଚାରୁଥିବା ଦେଖି ନବନିଯୁକ୍ତ ସଭାପତି ଖୁବ ବିଗଡ଼ିଯିବା ସହ ସେ କୌଣସି ମନ୍ତବ୍ୟ ଦେବେ ନାହିଁ କହିବା ସହ ଠେଲି ପେଲି ବାହାରକୁ ପଳାଇ ଆସିଥିଲେ।

ନବ ନିଯୁକ୍ତ ଜିଲା କଂଗ୍ରେସ କମିଟିର ସଭାପତି ଦୁର୍ଗାଶଙ୍କର (ବୁଲୁ)ସାହୁଙ୍କୁ ରବିବାର ଜୟପୁର ଠାରେ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ତେବେ ତାଙ୍କ ସମ୍ବର୍ଦ୍ଧନା ଉତ୍ସବରେ ପୂର୍ବତନ ସଭାନେତ୍ରୀ ମିନାକ୍ଷୀରାଣୀ ବାହିନୀପତି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଜିଲ୍ଲାପରିଷଦ ସଭ୍ୟ, ୨ଜଣ ପୌର ଅଧ୍ୟକ୍ଷ, ବ୍ଲକ ଓ ପୌରପାଳିକା ଆଦିର ସଭାପତି କର୍ମକର୍ତ୍ତାଙ୍କର ଦେଖା ମିଳିନଥିଲା। ସ୍ଥାନୀୟ ହାଲୋ ଜୟପୁର ଠାରୁ ସମ୍ବର୍ଦ୍ଧନା କମିଟିର ଆବାହକ ଧିରେନ ମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ବାଇକ ଶୋଭାଯାତ୍ରା ସହ ପଦଯାତ୍ରା କରି ସହର ପରିକ୍ରମା କରି ଜୟନଗର ଲେକ୍ ପ୍ଲେସିଡରେ ଆୟୋଜିତ ବୈଠକ ସ୍ଥଳକୁ ଯାଇଥିଲେ।

ଏଥିରେ କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ନବନିଯୁକ୍ତ ସଭାପତି ଶ୍ରୀ ସାହୁ, ପୂର୍ବତନ ବିଧାୟକ ରାମ ଚନ୍ଦ୍ର କାଡ଼ମ, ନିମାଇଁ ସରକାର, କୃଷ୍ଣ କୁଳଦୀପ, ରାମଚନ୍ଦ୍ର ପାଢ଼ୀ, ରୁପକ କୁମାର ତୁରୁକ,ହାସନ ମାଦାନୀ, ରବିନଚାନ୍ଦ ଟାକ୍ରୀ, ପ୍ରୀତିଶ ପୁପୁଲ ପଟ୍ଟନାୟକ, ଅଜିତ ସାମନ୍ତରାୟ, ଅଜିତ ସାହୁ ପ୍ରମୁଖ ଭାଗ ନେଇଥିଲେ। ଶ୍ରୀସାହୁ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା ଦେବା ପରେ ଶ୍ରୀସାହୁ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା। ଅଖିଳ ଭାରତ କଂଗ୍ରେସର ପ୍ରମୁଖ ମୁଦ୍ଧା ଦେଶରୁ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହଟାଇବା। ଏହି ଲକ୍ଷ୍ୟ ନେଇ ରାଜସ୍ଥାନରେ ଚିନ୍ତନ ବୈଠକ ଓ ରାୟପୁରରେ ଏଆଇସିସି ବୈଠକ ଆଦିରେ ୫ବର୍ଷରୁ ଯେଉଁ ମାନେ ଯେଉଁ ମୁଖ୍ୟ ପଦବିରେ ରହୁଛନ୍ତି ସେମାନଙ୍କୁ ପଦନ୍ନୋତି ଦେବାକୁ ନିଷ୍ପତି ନିଆଯାଇଥିଲା।

ଏହି କ୍ରମର କଂଗ୍ରେସକୁ ସଫଳତା ଦେଇଥିବାରୁ ଡିସିସି ସଭାପତି ପଦବୀ ପରିବର୍ତ୍ତନ କରାଯାଇଛି। ଏହା ସହ ଡିସିସି ସଭାନେତ୍ରୀ ମିନାକ୍ଷୀରାଣୀ ବାହିନୀପତିଙ୍କୁ ପିସିସି ସଂପାଦକ, ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବରିଷ୍ଠ ପିସିସି ଉପସଭାପତି ପଦବୀରେ ଅବସ୍ଥାପିତ କରାଯାଇଛି ବୋଲି ସାଂସଦ କହିଛନ୍ତି। ଆମ ମଧ୍ୟରେ ମତାନ୍ତର କିମ୍ବା ମନାନ୍ତର ଜମାରୁ ନାହିଁ,ତାଙ୍କ ପରିବାର ସହ ପାରିବାରିକ ସମ୍ପର୍କ ରହିଛି। ବିଧାୟକ ଜିତିବା ପରେ ଦଳର କର୍ମକର୍ତ୍ତାଙ୍କୁ ବୁଲାଇବାକୁ ନେବା ପ୍ରତିଶ୍ରୃତି ସେ ପାଳନ କରୁଛନ୍ତି। ତାଙ୍କ ବାପା ପୂର୍ବତନ ବିଧାୟକ ରାମଚନ୍ଦ୍ର ଉଲ୍ଲାକାଙ୍କ ଶ୍ରାଦ୍ଧ ଉତ୍ସବ କାର୍ଯ୍ୟକ୍ର ରହିଥିବାରୁ ବିଧାୟକ ଅନୁପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଛି। ସେମାନେ ଫେରିବା ପରେ ପୁଣି ଉଭୟଙ୍କର ମଧ୍ୟ ଏଭଳି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ କରାଯିବ ବୋଲି କହିଛନ୍ତି ସାଂସଦ। ୪୩ବର୍ଷର ଅଭିଜ୍ଞ ସମ୍ପର୍ଣ୍ଣ ଶ୍ରୀ ସାହୁଙ୍କ ନେତୃତ୍ବରେ କୋରାପୁଟ ଜିଲ୍ଲାରେ ୫ଟି ଯାକ ବିଧାନସଭା ଓ କୋରାପୁଟ ସାଂସଦ ମଧ୍ୟ ଜିତିବ।

Sambad

 

ସମ୍ବନ୍ଧିତ ଖବର