୮ରେ ସମ୍ବଲପୁରୀ ବହି ହାଟ୍‌

ସମ୍ବଲପୁର : ‘କଲମ ପରିବାର’ ସମ୍ବଲପୁର ପକ୍ଷରୁ ଦୁଇ ଦିନ ଧରି ସମ୍ବଲପୁରୀ ବହି ହାଟ୍ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୮ ଓ ୯ ତାରିଖ ଏହା ଆୟୋଜନ ନିମନ୍ତେ ଆଜି ସାମ୍ବାଦିକ ଭବନରେ ଅନୁଷ୍ଠିତ ଦ୍ବିତୀୟ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି। ୮ ତାରିଖରେ କାର୍ଯ୍ୟକ୍ରମର ଉଦ୍‌ଘାଟନ ସହ ଗଳ୍ପ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରୀ ଭାଷା ସାହିତ୍ୟର ସ୍ଥିତି ଓ ସମ୍ଭାବନା ଶୀର୍ଷକ ଉପରେ ଆଲୋଚନା ଓ ଦ୍ବିତୀୟ ପର୍ଯ୍ୟାୟରେ ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉଭୟ ଦିନ ସମ୍ବଲପୁରୀ ବହି ହାଟ୍ ମାଧ୍ୟମରେ ଅଞ୍ଚଳର ଲେଖକ ଓ ପ୍ରକାଶକଙ୍କ ବହି ବିକ୍ରି ଓ ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି ବୈଠକରେ ପ୍ରସ୍ତାବ ପାରିତ ହୋଇଛି।

ଏହି ଅବସରରେ ‘କଲମ ପରିବାର’ର ନୂଆ କର୍ମକର୍ତ୍ତା ଚୟନ କରାଯାଇଛି। ଜୟକୃଷ୍ଣ ବେହେରା ସଭାପତି, ଲଲିତ ମୋହନ ବେବର୍ତ୍ତା ଉପସଭାପତି, କମଳ ଲୋଚନ ପଣ୍ଡା ସଂପାଦକ, ମମତା ନାଥ ସହ ସଂପାଦକ, କ୍ଷେତ୍ରମଣି ବିଭାର ସଂଯୋଜକ, ତ୍ରିଲୋଚନ ତ୍ରିପାଠୀ କୋଷାଧ୍ୟକ୍ଷ, ତଫିଜୁଲ ହୋସେନ ଆବାହକ ଭାବେ ମନୋନୀତ ହୋଇଛନ୍ତି। ପରାମର୍ଶଦାତା କମିଟିର ସଦସ୍ୟ ଭାବେ ପ୍ରଦୀପ ପଣ୍ଡା, ଦୀପକ ପଣ୍ଡା, ସିଦ୍ଧାର୍ଥ ପଣ୍ଡା, ସତ୍ୟ ନାରାୟଣ ଠାକୁର, ଗିରିଜା ଶଙ୍କର ଶର୍ମା, ସୂର୍ଯ୍ୟ ପାଣିଗ୍ରାହୀ, ପ୍ରଶାନ୍ତ ମାଝୀ, କାଳିନ୍ଦୀ ପ୍ରତାପ ସିଂହ, ମନୋଜ ପଣ୍ଡା, ସୁବାସ ପାଣିଗ୍ରାହୀ, ମୁକ୍ତକଣ୍ଠ ପ୍ରଧାନ ଏବଂ ଶଙ୍କର ବେହେରାଙ୍କୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର