୬ ଦିନ କାଗଜକଳ ବନ୍ଦ ପରେ ଆଜି ବଏଲରରେ ନିଆଁ ଲାଗିଲା

ଜୟପୁର: ଗାଗାନାପୁରସ୍ଥ କାଗଜକଳ କଂଚାମାଲ କାଠ ଅଭାବରୁ ଗତ ୧୧ତାରିଖରୁ ବନ୍ଦ ରହିଥିଲା। ଏହା ସହ ବୈଦ୍ୟୁତିକ ଯନ୍ତ୍ରାଂଶର ମରାମତି ନାଁରେ ବନ୍ଦ ରଖିଥିଲେ। ମରାମତି କାମ ସରିବା ପରେ ଆଜି ଟାଟାପାୱାର ଚାର୍ଜ କରିବା ପରେ ଆଜି ସଂଧ୍ୟାରୁ ବଏଲରରେ ନିଆଁ ଲଗାଯାଇଥିବା କହିଛନ୍ତି କାଗଜକଳ ମାନବସମ୍ବଳ ବିଭାଗର ସାଧାରଣ ପ୍ରବନ୍ଧକ ରମେଶ ଯାଦବ।

ବାରମ୍ବାର କଂଚାମାଲ ପାଇଁ ବନ୍ଦ ରହୁଥିବା କାଗଜକଳ ଗତ କିଛି ଦିନ ହେବ ଧିରେ ସୁସ୍ଥେ ଚାଲିଥିଲା। ତେବେ ପୁଣି ୧୧ତାରିଖରେ ସବୁ କଂଚାମାଲ କାଠ ଓ କୋଇଲା ସରିବା ପରେ ବନ୍ଦ ହୋଇଯାଇଥିଲା। ତାପରେ ଅଳ୍ପ କିଛି କାଠ ଆସିଛି। ଅପରପକ୍ଷରେ ଗତକାଲି ସଂଧ୍ୟାରୁ ବୈଦ୍ୟୁତିକ ଯନ୍ତ୍ରାଂଶ ମରାମତି ନାଁରେ କଳରେ ବିଦ୍ୟୁତ ନାହିଁ। ସଂପୁର୍ଣ୍ଣ ବିଦ୍ୟୁତ କାଟ୍ ଥିବାରୁ କଳ ଚାଳି ନଥିଲା। ଗତକାଲି ସଂଧ୍ୟା ଠାରୁ କାଗଜକଳ ବିଦ୍ୟୁତ ସଂଯୋଗ ନଥିବାରୁ ଅନ୍ଧାର ହୋଇଯାଇଥିଲା। ଏହାର ମଧ୍ୟରେ କଂଚାମାଲ ଆଦି ଜମା କରି ରଖିଲେ ପୁଣି ଚାଲିବ। ଅପରପକ୍ଷରେ ସବୁ ସିଫ୍ଟରେ କର୍ମଚାରୀମାନେ ଡ୍ୟୁଟି ଯାଉଥିବା ବେଳେ କେବେ ପୁଣି କଳ କାର୍ଯ୍ୟକ୍ଷମ ହେବ ବୋଲି ଚିନ୍ତାରେ ପଡ଼ିଛନ୍ତି ଶ୍ରମିକ। ପ୍ରଶାସନ ପୁଣି ହସ୍ତକ୍ଷେପ ନ କଲେ କଳ ଆଉ ଥରେ ଚାଳିବା ମୁସ୍କିଲ ବୋଲି କହିଛନ୍ତି ଶ୍ରମିକ ସଂଘର ନେତୃବୃନ୍ଦ ଓ ଶ୍ରମିକ। କାଗଜକଳର ବୈଦ୍ୟୁତିକ ଯନ୍ତ୍ରାଂଶ ଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କଂପାନୀ ନିଜେ କରୁଥିବାରୁ ବିଦ୍ୟୁତ ସଂଯୋଗକୁ ଚାର୍ଜ ନ କରି ବନ୍ଦ ରଖାଯାଇଥିଲା।

ଆଜି ସଂଧ୍ୟାରେ ବିଦ୍ୟୁତ ଚାର୍ଜ କରାଯାଇଛି ବୋଲି କହିଛନ୍ତି ଟାଟାପାୱାରର ଜୟପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ.ବରୁଣ ଚୌଧୁରୀ। କାଗଜକଳ ନିଜେ ଆବଶ୍ୟକ ପରିମାଣର ବିଦ୍ୟୁତ ଉତ୍ପାଦନ କରି ପାରୁନି। ଟାଟାପାୱାରର ସହଯୋଗରେ କଳ ଚାଳିଛି। ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ସମସ୍ୟା ଉପୁଜୁଥିଲା। କିଛି ବିଦ୍ୟୁତ ଯନ୍ତ୍ରାଂଶର ପରିବର୍ତ୍ତନର ଆବଶ୍ୟକତା ରହିଥିବାରୁ କଳକୁ ବନ୍ଦ କରି ସଜଡ଼ାଯାଇଥିଲା। ଆଜି ସଂଧ୍ୟାରୁ ବିଦ୍ୟୁତ ଆସିବା ସହ ବଏଲର ଅନ୍ କରାଯାଇଛି ବୋଲ କହିଛନ୍ତି କାଗଜକଳ ମାନବସମ୍ବଳ ବିଭାଗର ସାଧାରଣ ପ୍ରବନ୍ଧକ ରମେଶ ଯାଦବ। ଆସନ୍ତାକାଲି ସକାଳ ସୁଦ୍ଧା ପୁର୍ଣ୍ଣ ଭାବେ କଳ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଶ୍ରୀ ଯାଦବ

ସମ୍ବନ୍ଧିତ ଖବର