ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷକୁ ନଷ୍ଟ କଲା ପ୍ରଶାସନ

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରିଛି ପୁଲିସ୍। କରଞ୍ଜିଆ ଏସଡିପିଓଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢ଼ଉ ପରେ ଏହି ସଫଳତା ମିଳିଛି। ଜୋଜଗୋଡା ଅଞ୍ଚଳରେ ୪ ଏକର ଜମିରେ ଚାଷ ହୋଇଥିବା ୧ ଲକ୍ଷ ୮ ହଜାର ଅଫିମ ଗଛକୁ ନଷ୍ଟ କରାଯାଇଛି। ସେହିପରି ଲେମ୍ବୁଗୋଡା ଏରିଆରେ ହୋଇଥିବା ୧ ଏକର ୭୪ ଡିସିମିଲ ଜାଗାରେ ୪୬ ହଜାର ୯୮୦ ହଜାର ଅଫିମ ଗଛକୁ ନଷ୍ଟ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୩ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଗତ ମାର୍ଚ୍ଚ ୧୦ ତାରିଖ ଦିନ ବକୁଆ ଏବଂ କୁକୁରଭୁକା ଗାଆଁରେ ଚାଷ ହୋଇଥିବା ୫ ଲକ୍ଷ ୨୫ ହଜାର ଅଫିମ ଗଛକୁ ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୬୬ ଲକ୍ଷ ଟଙ୍କା ରହିଥିଲା। ଏହିପରି ଗତ ଫେବ୍ରୁଆରି ୨୪ ତାରିଖରେ ମଧ୍ୟ ଶିମିଳିପାଳ ବନାଞ୍ଚଳ ଧଳାବଣି ଓ ବୃନ୍ଦେଇପଶି ଅଞ୍ଚଳରେ ଚଢ଼ଉ କରି ୧୩ ହଜାର ଅଫିମ ଗଛକୁ ନଷ୍ଟ କରାଯାଇଥିଲା। ଏହାର ମୂଲ୍ୟ ୨୬ ଲକ୍ଷ ଟଙ୍କା ରହିଥିଲା ।

ସମ୍ବନ୍ଧିତ ଖବର