ଗୋରୁମହିଷାଣୀରେ ତ୍ରିଦିବସୀୟ ଗାୟତ୍ରୀ ମହାଯଜ୍ଞ

ରାଇରଙ୍ଗପୁର/ଗୋରୁମହିଷାଣୀ: ରାଇରଙ୍ଗପୁର ବ୍ଲକ୍ ର ଗୋରୁମହିଷାଣୀସ୍ଥ ମା ଗାୟତ୍ରୀ ଶକ୍ତିପୀଠରେ ୯କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ବାର୍ଷିକ ଉତ୍ସବ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ମନ୍ଦିର ସଭାପତି ପ୍ରଦୀପ କୁମାର ସାହୁ ଓ ସମ୍ପାଦକ ସୁବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଟି ୩ଦିନ ଧରି ଚାଲିଥିଲା |ପ୍ରଥମ ଦିବସରେ ଧର୍ମଧ୍ବଜା ଉତ୍ତୋଳନ ସହିତ ୧୦୮କଳସ ଯାତ୍ରା ଓ ଘଟ ସଂସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା |
ଦ୍ୱିତୀୟ ଦିବସରେ ଯଜ୍ଞ କାର୍ଯ୍ୟ ଆରମ୍ଭ ସହିତ ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା | ଚଳିତ ବର୍ଷ ପଡ଼ୋଶୀ  ଝାରଖଣ୍ଡ ରାଜ୍ୟର ଘାଟସିଲା ଠାରୁ ଆସିଥିବା ଅନେକ ଶ୍ରଦ୍ଧାଳୁ ଗାୟତ୍ରୀ ଦୀକ୍ଷା ଗ୍ରହଣ କରିଥିଲେ |ଅନ୍ତିମ ଦିବସରେ ଯଜ୍ଞ ଇତ୍ୟାଦି କାର୍ଯ୍ୟକ୍ରମ ସହିତ ପୂର୍ଣ୍ଣାହୁତି ହୋଇଥିଲା | ପ୍ରତ୍ୟେକ ଦିନ ସନ୍ଧ୍ୟା ଆରତୀ ପରେ ପ୍ରଜ୍ଞାପୁରାଣ ଆଲୋଚନା ଓ ଦୀପ ଯଜ୍ଞ ଇତ୍ୟାଦି ହୋଇଥିଲା | ଶାନ୍ତିକୁଞ୍ଜ ହରିଦ୍ୱାରଙ୍କ ନିର୍ଦ୍ଦେଶ ମୁତାବକ ତଥା ମୟୁରଭଞ୍ଜ ଜିଲ୍ଲା ଗାୟତ୍ରୀ ପରିବାରର ସଂଯୋଜକ ଦିବାକର ପ୍ରଧାନଙ୍କ ତତ୍ତାବଧାନରେ ଚଳିତ ବର୍ଷ ଆସିଥିବା ଟୋଲିରେ ବିଷ୍ଣୁ ନାରାୟଣ ସାମଲ, ସୂର୍ଯକାନ୍ତ ଲେଙ୍କା, ତ୍ରିଲୋଚନ ଜେନା ଓ ଜୟନ୍ତ କୁମାର ମଲ୍ଲିକ ଅଂଶଗ୍ରହଣ କରିଥିଲେ |ବାରିପଦା, ରାଇରଙ୍ଗପୁର, ତିରିଂ ଇତ୍ୟାଦି ସ୍ଥାନରୁ ଗାୟତ୍ରୀ ପରିବାରର ସତପ୍ରବୃତ ଭାବେ ଯଜ୍ଞରେ ସାମିଲ ହୋଇଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଗୋରୁମହିଷାଣୀ ଶକ୍ତିପୀଠର ମହିଳା ମଣ୍ଡଳୀର ସମସ୍ତ ସଦସ୍ୟ ତଥା ରାମଚନ୍ଦ୍ର ନାୟକ, ବିମଳ ସାହୁ, ସ୍ୱାଧୀନ ଗିରି, କୁଶ ମୁଦୁଲି, ସୁରେଶ ଶର୍ମା, ସଞ୍ଜୟ ସାହୁ, ଶିବୁ ଗିରି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ | ତିନିଦିନ ବ୍ୟାପି ଶତାଧିକ ଶ୍ରଦ୍ଧାଳୁ ଅନ୍ନ ପ୍ରସାଦ ଭୋଜନ କରିଥିଲେ। ଶେଷରେ ମନ୍ଦିର ସମ୍ପାଦକ ସୁବ୍ରତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେl
ସମ୍ବନ୍ଧିତ ଖବର